Sunday, October 4, 2026
23.3 C
Odisha

    ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଜମୁଛି ଭିଡ଼: ଦିନକରେ ପହଞ୍ଚିଲେ ୫ ଲକ୍ଷ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ସୋମବାର ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପରେ ଏବେ ସେଠାରେ ପ୍ରବଳ ଲୋକଭିଡ଼ ଦେଖିବାକୁ ମିଳୁଛି। ସୋମବାର ଦିନ ଅଯୋଧ୍ୟାରେ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଲୋକ ମନ୍ଦିରରେ ଏକତ୍ରିତ ହୋଇ ରାମଲଲାଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାନ ମନ୍ଦିରର ଉଦଘାଟନ କରିଛନ୍ତି। ଏହି ଅବଧିରେ ବହୁ ସଂଖ୍ୟାରେ ଜଣାଶୁଣା ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିଥିଲେ। ରାମ ମନ୍ଦିର ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲା ଅଛି। ସେଥିପାଇଁ ପ୍ରାଣ ପ୍ରତିଷ୍ଠା ପରଦିନ ରାମଲଲାଙ୍କ ଦର୍ଶନପାଇଁ ଅଯୋଧ୍ୟାରେ ପ୍ରବଳ ଲୋକ ଭିଡ଼ ଦେଖିବାକୁ ମିଳିଥିଲା। ଜ‌ାଣିବାକୁ ମିଳିଛି ଯେ ମଙ୍ଗଳବାର ଦିନ ମାତ୍ର ଗୋଟିଏ ଦିନରେ, ପ୍ରାୟ ୫ ଲକ୍ଷ ଭକ୍ତ ପ୍ରବଳ ଥଣ୍ଡା ମଧ୍ୟରେ ରାମଲଲାଙ୍କ ଦର୍ଶନ ପାଇବାକୁ ମନ୍ଦିରରେ ପହଞ୍ଚିଥିଲେ।

    ସେମାନଙ୍କ ମଧ୍ୟରୁ ୩ ଲକ୍ଷ ଲୋକ ଦିନରେ ରାମଲଲାଙ୍କ ଦର୍ଶନ କରିଥିବା ବେଳେ ବାକିମାନେ ଧାଡିରେ ଅପେକ୍ଷା କରିଥଲେ। ଆଜି ସକାଳେ ପୁଣି ଥରେ ବହୁ ସଂଖ୍ୟାରେ ଭକ୍ତଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା। ଭିଡକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଉତ୍ତରପ୍ରଦେଶ ସରକାର ଏହାର ମୁଖ୍ୟ ଗୃହ ସଚିବ ସଞ୍ଜୟ ପ୍ରସାଦ ଏବଂ ବରିଷ୍ଠ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ଅଯୋଧ୍ୟା ପଠାଇଛନ୍ତି।

    ରାମ ମନ୍ଦିରରେ ଉତ୍ତରପ୍ରଦେଶ ପୁଲିସ୍, ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଏଫ୍) ଏବଂ ସଶସ୍ତ୍ର ସୀମା ବଳ (ଏସଏସବି)ର ପ୍ରାୟ ୮ ହଜାର ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ମନ୍ଦିରର ବିଭିନ୍ନ ସ୍ଥାନରେ ଆଠ ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ