Thursday, December 26, 2024
24 C
Odisha

    ଝାଡ଼ଖଣ୍ଡ ରେ କାହିଁକି ଫେଲ ମାରିଲା ବିଜେପି , ସଂକ୍ଷେପ ରେ ଜାଣନ୍ତୁ କାରଣ

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରୁଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିୟନ୍ତ୍ରଣ ବଜାୟ ରଖିବାରେ ସଫଳ ହୋଇଛନ୍ତି । ପ୍ରାରମ୍ଭିକ ଧାରରେ JMM ଲିଡ୍ କରୁଥିବା ବେଳେ ବିଜେପି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତାରୁ ବହୁତ ପଛରେ ରହିଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଝାଡ଼ଖଣ୍ଡରେ ବିଜେପିର ରାଜନୈତିକ ସ୍ଥିତି ଦୁର୍ବଳ ହେବା ପଛର କାରଣ କ’ଣ ?

    ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି ।

    ୧. ହେମନ୍ତ ସୋରେନଙ୍କ ପାଇଁ ସହାନୁଭୂତି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଜେଲରୁ ମୁକୁଳିଥିବା ହେମନ୍ତ ସେରେନଙ୍କ ପ୍ରତି ରାଜ୍ୟବାସୀଙ୍କ ସହାନୁଭୂତି ରହିଥିଲା । ଏହା ବିଜେପି ପାଇଁ ବଡ଼ ଝଟକା ସାବ୍ୟସ୍ତ ହେଲା । ହେମନ୍ତ ଜେଲରେ ଥିବା ସମୟରେ ପତ୍ନୀ କଳ୍ପନା ସୋରେନଙ୍କୁ ପୀଡ଼ିତ କାର୍ଡ଼ ଖେଳିବା ପାଇଁ ନିୟୋଜିତ କରିଥିଲେ । ବିଜେପି କ୍ରମାଗତ ଭାବେ ଭ୍ରଷ୍ଟାଚାର ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ହେମନ୍ତ ସରକାରଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ବିଜେପିର ରଣନୀତିକ ଚାଲ ଓଲଟା ପଡ଼ିଗଲା ।

    ୨. ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଝାଡ଼ଖଣ୍ଡ ବିଜେପି ସହ ପ୍ରଭାରୀ ହିମନ୍ତ ବିଶ୍ୱ ସର୍ମା ଏବଂ ଅନ୍ୟ ଦଳ ପ୍ରଚାରକ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉଠାଇଥିଲେ । ବିଜେପି କ୍ଷମତାକୁ ଆସିଲେ ବାଂଲାଦେଶୀ ମୁସଲମାନଙ୍କୁ ବାଂଲାଦେଶ ପଠାଇଦେବ ବୋଳି ଦାବି କରିଥିଲା । ବିଜେପି ‘ଡିଭାଇଡ୍ ଆଣ୍ଡ୍ ରୁଲ୍‌’ ଚାଲ୍ ମାଧ୍ୟମରେ ସାମ୍ପ୍ରଦାୟିକ ଏଜେଣ୍ଡା ଲାଗୁ କରିବା ପାଇଁ ପ୍ରୟାସ କରିଥିଲା ।

    ୩. ବିଜେପି ମୁଖ୍ୟମନ୍ତ୍ରୀ ଚେହେରା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତୁତ କରିନଥିଲା । ଫଳରେ ଭୋଟରମାନେ ଦ୍ୱନ୍ଦ୍ୱରେ ଥିଲେ କି ଏନଡିଏର ନେତୃତ୍ୱ କିଏ କରିବ । ଅପରପକ୍ଷରେ ଇଣ୍ଡିଆ ମେଣ୍ଟ ସ୍ପଷ୍ଟ ଥିଲା କି ହେମନ୍ତ ସେରେନ୍ ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ ।

    ୪. ଇଡି ଏବଂ ସିବିଆଇ ରେଡ୍‌: କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା(ଇଡି ଏବଂ ସିବିଆଇ) କ୍ଷମତାସୀନ ଦଳର ଶୀର୍ଷ ନେତାଙ୍କ ଘରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିବା ନେଇ ଚର୍ଚ୍ଚାରେ ଥିଲେ । ଏହା ପରେ ଇଣ୍ଡିଆ ମେଣ୍ଟକୁ ଏହା ଦାବି କରିବାକୁ ମଉକା ମିଳିଥିଲା କି ଏହି କାର୍ଯ୍ୟ ରାଜନୀତିରୁ ପ୍ରେରିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ । ବିଜେପି ଦୁର୍ନୀତି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    79 %
    1.3kmh
    80 %
    Thu
    22 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ