Monday, April 20, 2026
30.2 C
Odisha

    ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ: ୧ ଡଲାର = ୮୭ ଟଙ୍କା

    ଆଗକୁ ପଢନ୍ତୁ

    ମୁମ୍ବାଇ: କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଚଢ଼ା ଶୁଳ୍କ ବ୍ୟାପକ ବାଣିଜ୍ୟ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି। ଏହାର ପ୍ରଭାବରେ ସୋମବାର ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ  ୬୭ ପଇସା ହ୍ରାସ ପାଇ ୮୭.୨୯ ଟଙ୍କା ଭଳି ରେକର୍ଡ ନିମ୍ନସ୍ତରରେ ପହଞ୍ଚିଛି। ଏହା ହେଉଛି ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ। ପୂର୍ବରୁ ଏହାକୁ ଏଭଳି ସ୍ତରରେ ଦେଖିବାକୁ ମିଳିନଥିଲା। ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି।କାନାଡା ପାଲଟା ଶୁଳ୍କ ଲଗାଇଥିବା ବେଳେ ଚୀନ ମଧ୍ୟ ସେଭଳି ପଦକ୍ଷେପ ନେବା ଉପରେ ବିଚାର କରୁଛି। ଦରଦାମକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତ ସରକାର କରୁଥିବା ଉଦ୍ୟମ ପ୍ରତି ଦୁର୍ବଳ ଟଙ୍କା ବିପଦ ସୃଷ୍ଟି କରିଛି। ଏହା ଆମଦାନିକୁ ମହଙ୍ଗା କରିବା ଆଶଙ୍କା ଦେଖାଦେଇଛି। ଯେଉଁ ସବୁ ଜିନିଷ ଦେଶକୁ ଆସୁଛି ତାହା ଆହୁରି ଅଧିକ ଦାମରେ ବିକ୍ରି ହେବ। ତେଲ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଅନେକ ସାମଗ୍ରୀକୁ ଭାରତ ଆମଦାନୀ କରୁଛି। ଅନ୍ୟ ପକ୍ଷରେ  ବିଦେଶରେ ପାଠପଢ଼ା ଓ ବିଦେଶ ଭ୍ରମଣ ମହଙ୍ଗା ହୋଇପାରେ। ତୈଳ ଆମଦାନିକାରୀଙ୍କ ଡଲାର ଚାହିଦା ଓ ବିଦେଶୀ ପାଣ୍ଠି ପ୍ରତ୍ୟାହାର ଏବଂ ବିଦେଶୀ ବଜାରରେ ଆମେରିକୀୟ ମୁଦ୍ରାର ବ୍ୟାପକ ଶକ୍ତି ଯୋଗୁଁ ଟଙ୍କା ଚାପର ସମ୍ମୁଖୀନ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.2 ° C
    30.2 °
    30.2 °
    32 %
    1.1kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ