Tuesday, June 30, 2026
26 C
Odisha

    ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି; ୧୦ ଓଭରରେ ୭୩୭୩

    ଆଗକୁ ପଢନ୍ତୁ

    ବାର୍ବାଡୋସ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଚଳିତ ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଆଜି ଫାଇନାଲ ମ୍ୟାଚ। ସ୍ଥାନୀୟ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିବ। ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତିଥିଲା। ଇତିମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଉ ଚାମ୍ପିଅନ ହୋଇପାରି ନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    26 ° C
    26 °
    26 °
    87 %
    1.2kmh
    100 %
    Tue
    30 °
    Wed
    32 °
    Thu
    32 °
    Fri
    30 °
    Sat
    28 °

    ସମ୍ବନ୍ଧିତ