Friday, December 26, 2025
26.1 C
Odisha

    ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ ପଛରୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଡ୍ରାଇଭର ଷ୍ଟିଅରିଂରେ ଚାପି ହୋଇ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଘଟଗାଁ ଏବଂ ଘଷିପୁରା ଅଗ୍ନିଶମବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ତେବେ ଗୁରୁବାର ଭୋର୍‌ ସମୟରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଖବର ଏନ୍‌ଏଚ୍‌ ଆମ୍ବୁଲାନ୍ସକୁ ଫୋନ କରି ଏନେଇ ଜଣାଇଥିଲେ। ଦୁର୍ଘଟଣାକୁ ନେଇ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.1 ° C
    26.1 °
    26.1 °
    25 %
    2.9kmh
    0 %
    Fri
    23 °
    Sat
    27 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ