Friday, May 1, 2026
27 C
Odisha

    ତହସିଲଦାରଙ୍କ ଅଡ଼ୁଆ ବଢ଼ିଲା: ଅଫିସ୍‌ର କାର୍ଯ୍ୟ ନିରୀକ୍ଷଣ କରିବ ସ୍ବତନ୍ତ୍ର ଆପ୍

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ବଢ଼ିଲା ତହସିଲଦାରଙ୍କ ଅଡ଼ୁଆ। କୌଣସି ଆଳରେ ରାଜସ୍ବ ସେବା ଦେବାରେ ବିଳମ୍ବ ବା ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ତହସିଲଦାର ଓ ତହସିଲ ଅଫିସ୍ର କାର୍ଯ୍ୟକୁ ନିରୀକ୍ଷଣ କରିବ ଆପ୍। ଜମି କାଗଜପତ୍ର ପ୍ରସ୍ତୁତି ହେଉ କି ପିଲାଙ୍କ ଜାତି, ଆବାସିକ, ଆୟ ପ୍ରମାଣପତ୍ର ଅବା ଖଜଣା ଜମା କରିବାକୁ ଆଉ ତହସିଲ ଅଫିସରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ଏସବୁ କାର୍ଯ୍ୟ ଘରେ ବସି କରିବେ ହିତାଧିକାରୀ। ଏଥିପାଇଁ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଆପ୍ ଆସନ୍ତା ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ। ବିଭିନ୍ନ ରାଜସ୍ବ ସେବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରଖାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ କାଜମ ନହେଲେ ମନ୍ତ୍ରୀଙ୍କ ଦପ୍ତରରେ ନାଲିବତି ଜଳିବ। ଯେଉଁ ତହସିଲଦାଙ୍କ ବେଶୀ ନାଲିବତି ଜଳିବ, ତାଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଅଧିକାରୀଙ୍କ ଗୋପନ ଚରିତ୍ର ପତ୍ର (ସିସିଆର)ରେ ଏହା ଉଲ୍ଲେଖ ହେବ ଓ ପଦୋନ୍ନତି ମିଳିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

    ଗୁରୁବାର ଅପରାହ୍ନରେ ସ୍ଥାନୀୟ ସଂସ୍କୃତି ଭବନରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇ ବିକଶିତ ଭାରତ, ଆତ୍ମନିର୍ଭରଶୀଳତା ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଏହା ପରେ ସ୍ଥାନୀୟ ପ୍ରଦକ୍ଷଣ ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସବୁ କ୍ଷେତ୍ରର ବିକାଶ ପାଇଁ ଅନୁକୂଳ ବଜେଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଣିଥିବା ପ୍ରକାଶ କରିଥିଲେ। ସମ୍ମିଳନୀରେ ଜିଲ୍ଲା ସଭାପତି ଗିରୀଶଚନ୍ଦ୍ର ସାହୁ, ପୂର୍ବତନ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    67 %
    3kmh
    61 %
    Fri
    27 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ