Sunday, September 13, 2026
23 C
Odisha

    ତାମିଲନାଡ଼ୁରେ ସୁନ୍ଦରଗଡ଼ର ୯୦ ଝିଅଙ୍କୁ ନିର୍ଯାତନା: ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡାକରା

    ଆଗକୁ ପଢନ୍ତୁ

    ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡୁର କୋଟିୟାରରେ ସୁନ୍ଦରଗଡ଼ର ୯୦ ଜଣ ଝିଅ ନିର୍ଯାତନା ଭୋଗୁଥିବା ଓ ଘରକୁ ଫେରିବାକୁ ଚାହୁଥିଲେ ବି ସେମାନଙ୍କୁ କମ୍ପାନି ଛାଡ଼ୁ ନଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ କୋଶଳ ସମାଜ ୨୨ରେ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। ସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ଯାଇଥିଲା। କିନ୍ତୁ ଝିଅମାନେ ଫେରାଇ ଅଣା ଯାଇ ନଥିବା ଓ  ପର୍ଯ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ୧୫ ତାରିଖରେ କୋଶଳ ସମାଜ ନେତୃତ୍ବରେ ଅଭିଭାବକମାନେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ଏକ ଚେତାବନୀ ପତ୍ର ଦେଇଥିଲେ। ଅଭିଯୋଗ  ରହିଛି,  ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୯୦ ଜଣ ଝିଅଙ୍କୁ  କମ୍ପ୍ୟୁଟର ତାଲିମ ନାଁରେ କଟକସ୍ଥ  ଏକ ତାଲିମ କେନ୍ଦ୍ରକୁ ନେଇ ୪୫ ଦିନିଆ ସିଲେଇ ତାଲିମ ପରେ  ଅଭିଭାବକଙ୍କ ଅଗୋଚରରେ  ତାମିଲନାଡୁର  ଏକ ପୋଷାକ ତିଆରି କମ୍ପାନିରେ ନିୟୋଜିତ କରାଯାଇଛି। ସେଠାରେ ଝିଅମାନଙ୍କୁ ୮ ରୁ ୧୦ ଘଣ୍ଟା  ଖଟା ଯାଉଥିବା,   ଦେହ ଅସୁସ୍ଥ ହେଲେ ମଧ୍ୟ ଜୋରଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଥିବା,  ଘରକୁ ଆସିବାକୁ ଚାହିଲେ ବି   ଧମକ ଚମକ ଦେଇ ଛଡ଼ା ଯାଉ ନଥିବା,  କାମ କରିବା ସମୟରେ ଭୁଲ ହେଲେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ରହିଛି। ତେଣୁ ଝିଅମାନଙ୍କୁ ଫେରାଇ ଆଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ  ୭ ତାରିଖରୁ  କୋଶଳ ସମାଜ ମହାସଚିବ ଦିଲୀପ କୁମାର ପଣ୍ଡାଙ୍କ ନେତୃତ୍ବରେ ଅଭିଭାବକମାନେ  ଧାରଣାରେ ବସିଥିଲେ। ଏହା ପରେ ଜାନୁଆରି ୮ ତାରିଖରେ  ଝିଅମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ କୌଶଳ  ବିକାଶ ଅତିରିକ୍ତ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ