Wednesday, September 23, 2026
23.8 C
Odisha

    ଏପ୍ରିଲରୁ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଏନ୍‌ଇପି କାର୍ଯ୍ୟକାରିତା ନେଇ ତିନି ଦିନିଆ ଜାତୀୟ କର୍ମଶାଳାରେ ପୂର୍ବ ସରକାରକୁ ଟାର୍ଗେଟ୍‌ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଏନଇପିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି।

    ଅତୀତ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏପ୍ରିଲରୁ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ। ପିଲାଙ୍କୁ ଖେଳନା ଆଦି ଦିଆଯିବ। ମେ ଓ ଜୁନ ମାସରେ ଓଡ଼ିଶାର ୫୦ ହଜାର ଗାଁକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ମିଶିକି ଯାଇ ଡ୍ରପ ଆଉଟ ପିଲାଙ୍କୁ ଖୋଜି ପାଠ ପଢ଼ାଇବା ପାଇଁ ଆହ୍ୱାନ କରିବେ ।

    ଏନଇପିରେ ମାତୃଭାଷା ସହ ବହୁଭାଷାରେ ଶିକ୍ଷାଦାନ କରାଯିବ। ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ । ପିଲାମାନେ ଯେମିତି ଆତ୍ମନିର୍ଭରଶୀଳ ହେବେ ସେନେଇ ଶିକ୍ଷା ଦିଆଯିବ। ଶିକ୍ଷାରେ ଏଆଇର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ତା କରାଯିବ । ଏନଇପିକୁ ସହଜରେ କାର୍ଯ୍ୟକାରୀ କରାଯାଇପାରିବ ।

    ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷାର ବ୍ୟବଧାନ କମିବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସବୁ ପଂଚାୟତରେ ପରିଣତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପିଏମ ଶ୍ରୀ ସ୍କୁଲ ଲାଗି ଧନ୍ୟବାଦ ଦେଇଛନ୍ତି । ୪୫୦ ପିଏମ ଶ୍ରୀ ସ୍କୁଲ ମିଳିଛି । ଆହୁରି ଅଧିକ ପିଏମ ଶ୍ରୀ ସ୍କୁଲ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ୯୧ଟି ସ୍କୁଲ ସହ ୧୦ଟି ଏସସି ଏସଟି ସ୍କୁଲକୁ ଅପଗ୍ରେଡ଼ କରାଯାଇଛି । ୨୮ ହଜାର ଶିକ୍ଷକ ନିଯୁକ୍ତି ଦେବାର ସରକାର ବ୍ୟବସ୍ଥା କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    99 %
    1.4kmh
    100 %
    Tue
    24 °
    Wed
    27 °
    Thu
    27 °
    Fri
    29 °
    Sat
    28 °

    ସମ୍ବନ୍ଧିତ