Sunday, April 19, 2026
30.4 C
Odisha

    ଦକ୍ଷିଣ କୋରିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

    ଆଗକୁ ପଢନ୍ତୁ

    ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ-ସୁକ-ୟୋଲ ମଙ୍ଗଳାବର ବିରୋଧୀ ଦଳ ଉପରେ ସରକାରଙ୍କୁ ସ୍ଥାଣୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଏବଂ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ କମଜୋର କରିବା ଅଭିଯୋଗ ଲଗାଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ମଙ୍ଗଳବାର ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଏହାସହିତ ଦେଶରେ ଲାଗି ରହିଥିବା ରାଜନୈତିକ ବିବାଦ ଆହୁରି ବଢିଯାଇଛି। ୟୁନ-ସୁକ-ୟୋଲ ଆହୁରି କହିଛନ୍ତି ଯେ, ଦେଶରେ ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତି ଦ୍ୱାରା ଉତ୍ପନ ବିପଦକୁ ରୋକିବା ଏବଂ ବିରୋଧୀ ତତ୍ଵକୁ ଶେଷ କରିବା ପାଇଁ ଏମର୍ଜେନ୍ସି ମାର୍ଶାଲ ଲ’ ଘୋଷଣା କରାଯାଉଛି। ଦେଶର ସ୍ୱତନ୍ତ୍ରତା ଏବଂ ସାମ୍ବିଧାନିକ ବ୍ୟବସ୍ଥାର ରକ୍ଷା କରିବା ପାଇଁ ଏହାର ଆବଶ୍ୟକ ଥିବା କହିଛନ୍ତି। ଆସନ୍ତା ବର୍ଷ ବଜେଟକୁ ନେଇ ପିପୁଲସ୍ ପାୱାର ପାର୍ଟି ଏବଂ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ଜାରି ବିବାଦ ମଧ୍ୟରେ ଏହି ଘୋଷଣା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.4 ° C
    30.4 °
    30.4 °
    46 %
    2.5kmh
    38 %
    Sun
    31 °
    Mon
    43 °
    Tue
    43 °
    Wed
    43 °
    Thu
    44 °

    ସମ୍ବନ୍ଧିତ