Monday, September 14, 2026
23.5 C
Odisha

    ଦାଦା-ଖୁଡ଼ୀଙ୍କୁ ପୁତୁରା କଲା ହତ୍ୟା

    ଆଗକୁ ପଢନ୍ତୁ

    ଧର୍ମଗଡ଼: କ୍ରୋଧ ହେଉଛି ମଣିଷର ବଡ଼ ଶତ୍ରୁ। କ୍ରୋଧ ଯୋଗୁଁ ନିଜର ଓ ଅନ୍ୟର ବଡ଼ କ୍ଷତି ହୋଇଥାଏ। ଏହାକୁ ଜାଣି ମଧ୍ୟ ଅନେକ ନିୟନ୍ତ୍ରଣ କରିପାରନ୍ତି ନାହିଁ, ଯେଉଁଥି କାରଣରୁ ବଡ଼ କ୍ଷତି ହୋଇଥାଏ। ପାରିବାରିକ ସଂପର୍କରେ ତିକ୍ତତା ଦେଖାଯିବାରୁ ପୁତୁରା ଭୁଲି ଯାଇଛି ରକ୍ତର ସଂପର୍କ। କକା ଓ ଖୁଡ଼ୀଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା ଗଲାମୁଣ୍ଡା ବ୍ଲକ ଦଶପୁର ଥାନା କାର୍ଲି ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୁଲିସ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ଛାନଭିନ୍‌ ଚଲାଇଛି। ମୃତ ବ୍ୟକ୍ତି ହେଲେ ବୁଡୁ ବାଗ ଓ ତାଙ୍କର ସ୍ତ୍ରୀ। ଅଭିଯୁକ୍ତ ବସନ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।ସୂଚନା‌ ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ବୁଡ଼ୁ ବାଗଙ୍କ ଘର। ବୁଡ଼ୁ ଓ ତାଙ୍କର ସାନଭାଇ ପରିବାର ଭିତରେ କିଛି ଦିନ ହେଲା ପାରିବାରିକ ସଂପର୍କ ଭଲ ନଥିଲା। ଆଜି ଏହି କଳହ ଭୟଙ୍କର ରୂପ ନେଇଥିଲା। କୌଣସି କଥାକୁ ନେଇ ବୁଡ଼ୁ ନିଜ ପୁତୁରା ବସନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ବସନ୍ତ ଉତ୍‌କ୍ଷିପ୍ତ ଦେଖାଯାଇଥିଲା। ସେ ଘର ଭିତରୁ ଏକ କୁରାଢ଼ୀ ଆଣି ଅତର୍କିତ ଭାବେ ବୁଡୁ ବାଗ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ-ସ୍ତ୍ରୀଙ୍କର ମୃତଦେହ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ରକ୍ତ ଜୁଡୁବୁଡୁ କୁରାଢ଼ୀ ଜବତ କରିଛି। ଅଭିଯୁକ୍ତ ବସନ୍ତକୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ