Monday, October 5, 2026
22.4 C
Odisha

    ଦାନ୍ତ ନଘଷି ସକାଳେ ପାଣି ପିଇବା ଦ୍ୱାରା ମିଳିଥାଏ କେଉଁ ସବୁ ଫାଇଦା

    ଆଗକୁ ପଢନ୍ତୁ

    ଆମେ ସବୁବେଳେ ଶୁଣିଛେ ଯେ ଦାନ୍ତ ନଘଷି କିଛି ଖାଇବା କଥା ନୁହେଁ କାରଣ ପାଟିରେ ଥିବା ଜୀବାଣୁ ଖାଦ୍ୟ ଦ୍ୱାରା ପେଟରେ ପହଞ୍ଚିଥାନ୍ତି ଏବଂ ପେଟ ଖରାପ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଆମେ ଦାନ୍ତ ନଘଷି ସକାଳେ ପାଣି ପିଇବା ଆବଶ୍ୟକ କି?

    ପାଣି ପଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେବ ବ୍ୟକ୍ତିଙ୍କୁ ୮ ରୁ ୧୦ ଗ୍ଲାସ୍ ପାଣିପିଇବା ଦରକାର । ଏହାଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଏବଂ ଖରାଦିନେ ଏଭଳି କରିବା ଆହୁରି ଫାଇଦା ମିଳିଥାଏ ।

    ତେବେ ସକାଳୁ ଉଠି ଯଦି ଆପଣ ବିନା ବ୍ରଶ୍ କରି ପାଣି ପିଉଛନ୍ତି ତେବେ ଏହାଦ୍ୱାରା କୌଣସି ଅସୁବିଧା ହେବନାହିଁ ବରଂ ଏହାଦ୍ୱାରା ଅନେକ ଫାଇଦା ମିଳିଥାଏ । ବର୍ତ୍ତମାନ ଖରାଦିନ ଚାଲୁଥିବାରୁ ନିହାତି ବିନା ବ୍ରସରେ ପାଣି ପିଇବା ଅଭ୍ୟାସ କରନ୍ତୁ । ଯଦି ଆପଣ ସକାଳେ ବ୍ରଶ୍ କରିବା ପୂର୍ବରୁ ଏକ ଗ୍ଲାସ୍ ପାଣି ପିଉଛନ୍ତି, ତେବେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆପଣଙ୍କୁ କୌଣସି ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।

    – ବିନା ବ୍ରଶ୍ କରି ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହେବା ସହ ପାଟିର ଗନ୍ଧ ମଧ୍ୟ ଦୂର କରିଥାଏ ।

    – ବହୁତ କମ୍ ଲୋକ ଜାଣିଥିବେ ଯେ ବ୍ରଶ୍ ନକରି ପାଣି ପିଇବା ଦ୍ୱାରା କେଶ ଶକ୍ତିଶାଳୀ ହୋଇଥାଏ ଏବଂ ଏଥିରେ ଚମକ ଆସିଥାଏ । ଏମିତି ପାଣି ପିଇବା ଦ୍ୱାରା ପିଇବା ଦ୍ୱାରା ମୁହଁ ଏବଂ ଚର୍ମ ସଫା ଦେଖାଯାଏ ।

    – ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ସକାଳୁ ଦାନ୍ତ ନଘଷି ପାଣି ପିଇବା ଦ୍ୱାରା ଲାଭ ମିଳିଥାଏ ।

    – ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ବିଶ୍ୱାସ କରନ୍ତି ଯେ ଏଭଳି ପାଣି ପିଇବା ଦ୍ୱାରା ମୋଟାପଣ ମଧ୍ୟ ଧୀରେ ଧୀରେ କମିବା ଆରମ୍ଭ କରେ ।

    – ବ୍ରଶ୍ ନକରି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି ଭଳି ପେଟ ସମସ୍ୟା ମଧ୍ୟ ଭଲ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ