Friday, May 1, 2026
33.4 C
Odisha

    ଦାମୀ ବ୍ୟାଗ ନେଇ ମହାକୁମ୍ଭରେ ପହଞ୍ଚିବା ହେତୁ ଟ୍ରୋଲ ହେଲେ ବାଳକସନ୍ଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଧ୍ୟାତ୍ମିକ ବିଷୟବସ୍ତୁ ସୃଷ୍ଟିକାରୀ ଅଭିନବ ଆରୋରା ମଧ୍ୟ ମହାକୁମ୍ଭ ମେଳାରେ ସାମିଲ ହୋଇଛି। ଅଭିନବ ମହାକୁମ୍ଭକୁ ଆସିଥିବା ବେଳେ ତାଙ୍କ ହାତରେ ଏକ ଡିଜାଇନର ଡାୟର ବ୍ୟାଗ ଥିବାର ଦେଖିବାକୁ ମିଳିଥିଲ। ଏହି ବ୍ୟାଗ ପାଇଁ ସମ୍ପ୍ରତି ଅଭିନବ ଟ୍ରୋଲର ଶିକାର ହୋଇଛି।ବାଳକ ସନ୍ଥ ଅଭିନବଙ୍କୁ ମହାକୁମ୍ଭ ଭିଡ଼ ଭିତରେ ନାମୀଦାମୀ ବ୍ୟାଗ ଧରି ବୁଳୁଥିବା ଘଟଣାକୁ ଲୋକେ ସମାଲୋଚନା କରିଛନ୍ତି। ଲୋକେ ପ୍ରଶ୍ନ କରିଛନ୍ତି, ‘ ବାଳକ ସନ୍ଥ ମହାକୁମ୍ଭରେ ଏଭଳି ଦାମୀ ବ୍ୟାଗ ଧରିବା ବୁଲିବାର କ’ଣ ପ୍ରୟୋଜନ ଅଛି ? ଅଭିନବ ଦାମୀ ବ୍ୟାଗ ଧରି କୁମ୍ଭମେଳାକୁ ଆସିବା ଘଟଣାକୁ କେନ୍ଦ୍ର କରି ବିବାଦ ଦେଖା ଦେଇଛି। ତେବେ ଅଭିନବଙ୍କୁ ନେଇ ଏହି ବିବାଦ ନୂଆ ନୁହେଁ। ସେ ଏପରି ଅନେକ ବିବାଦର ଶିକାର ହୋଇଛନ୍ତି। ୧୦ ବର୍ଷୀୟ ବାଳକ ଅଭିନବ ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ଏକ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ। ଏହି ସମୟରେ ତାଙ୍କୁ ଟ୍ରୋଲ୍ କରୁଥିବା ୟୁଟ୍ୟୁବ ଚାନେଲ ବିରୋଧରେ ମାମଲା ରୁଜୁ କରିବା ପାଇଁ ସେ ଆବେଦନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.4 ° C
    33.4 °
    33.4 °
    26 %
    1kmh
    83 %
    Fri
    34 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ