Sunday, March 15, 2026
23.5 C
Odisha

    ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ପୋଲିସ ସୂତ୍ର ଅନୁଯାୟୀ, ବିସ୍ଫୋରଣ ସ୍ଥାନରୁ ତିନୋଟି 9mm-କାଲିବର ବୁଲେଟ୍ ଉଦ୍ଧାର କରାଯାଇଛି। ସେଥିରୁ ୨ଟୁ ଅଫୁଟା ଗୁଳି ଏବଂ ଗୋଟିଏ ଖାଲି ଖୋଖା ରହିଛି । ଏହି ସୂଚନା ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ବୃଦ୍ଧି କରିଛି।

    ପୋଲିସ ସୂତ୍ର ଅନୁଯାୟୀ, 9mm କ୍ୟାଲିବର ବୁଲେଟ୍ ସାଧାରଣ ଲୋକଙ୍କ ପାଇଁ ପ୍ରତିବନ୍ଧିତ। ଏହାର ଅର୍ଥ ହେଉଛି କୌଣସି ସାଧାରଣ ନାଗରିକ ସେମାନଙ୍କର ଆଇନଗତ ଭାବରେ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଏହି ଗୁଳି ବ୍ୟବହାର କରିପାରିବେ ନାହିଁ। ଏହି ଗୁଳି ସାଧାରଣତଃ କେବଳ ସୁରକ୍ଷା ବାହିନୀ, ପୋଲିସ କିମ୍ବା ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ବ୍ୟକ୍ତିମାନଙ୍କ ପାଖରେ ରହିଥାଏ। ତେବେ ପ୍ରଶ୍ନ ଉଠୁଛି ଯେ, ଏହି ଗୁଳି ଏତେ ସମ୍ବେଦନଶୀଳ ସ୍ଥାନରେ କିପରି ପହଞ୍ଚିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଘଟଣାସ୍ଥଳରୁ କୌଣସି ପିସ୍ତଲ ମିଳିନାହିଁ । ଅର୍ଥାତ୍ ଗୁଳି ମିଳିଛି କିନ୍ତୁ ପିସ୍ତଲ ମିଳିପାରିନାହିଁ । ଏହି ପରିସ୍ଥିତି ତଦନ୍ତକୁ ଆହୁରି ଜଟିଳ କରିଛି । କାରଣ ତଦନ୍ତକାରୀ ଟିମ୍ ଏଯାବତ୍ ସ୍ପଷ୍ଟ ହୋଇନି ଯେ ଏହି ଗୁଳି ବିସ୍ଫୋରଣ ପୂର୍ବରୁ ଏଠାରେ ପଡିଥିଲା ନା ନାହିଁ । ପୋଲିସ ସୂତ୍ର ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଯାଞ୍ଚ କରାଯାଇଥିଲା।

    ତଦନ୍ତରୁ ଜଣାପଡିଛି ଯେ କର୍ମଚାରୀଙ୍କ ମଧ୍ୟରୁ କେହି କୌଣସି ଗୁଳି ହଜେଇ ନାହାଁନ୍ତି। ଯାହାକୁ ଘଟଣାକୁ ଆହୁରି ସନ୍ଦେହ ଘେରକୁ ପେଲି ଦେଇଛି । ପୋଲିସ ଅନୁମାନ କରୁଛି ଯେ, ଏହି ଗୁଳି କୌଣସି ବାହାର ବ୍ୟକ୍ତିଙ୍କର ହୋଇଥାଇପାରେ। ଦିଲ୍ଲୀ ପୋଲିସ ଏବେ ତଦନ୍ତ ଜାରି ରଖିଛି । ଏହି 9mm କ୍ୟାଲିବର ଗୁଳି ସେଠାରେ କିପରି ପହଞ୍ଚିଲା ସେ ନେଇ ତଦନ୍ତ ଜାରି ରହିଛି । ଏଥିସହ ବିସ୍ଫୋରଣ ପଛରେ ଏହି ଗୁଳିର କୌଣସି ସମ୍ପର୍କ ଅଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    60 %
    2.4kmh
    0 %
    Sat
    23 °
    Sun
    38 °
    Mon
    37 °
    Tue
    38 °
    Wed
    37 °

    ସମ୍ବନ୍ଧିତ