Monday, March 9, 2026
31.7 C
Odisha

    ଦେଶର ଅତ୍ୟାଧୁନିକ ହେଲିକପ୍ଟରର ଉଦ୍ଘାଟନ କଲେ ମନ୍ତ୍ରୀ ରାମ ମୋହନ ନାଇଡୁ

    ଆଗକୁ ପଢନ୍ତୁ

    ବାଙ୍ଗାଲୋର   :  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଠାରେ ପରବର୍ତ୍ତୀ ପିଢ଼ିର ସିଭିଲ୍ ହେଲିକପ୍ଟର DHRUV-NG ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାଇଡୁ ଏରୋ ଇଣ୍ଡିଆ ଶୋ’ରେ HAL ଦ୍ୱାରା ପ୍ରଦର୍ଶିତ ସ୍ୱଦେଶୀ ହେଲିକପ୍ଟରର ର ବିଦ୍ଧିବଦ୍ଧ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଉଦ୍ଘାଟନ ସମୟରେ HAL ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଡିକେ ସୁନୀଲ ଉପସ୍ଥିତ ଥିଲେ।

    HAL ଅନୁଯାୟୀ, DHRUV-NG ହେଉଛି ୫.୫ଟନ୍ ଓଜନର ହାଲୁକା ଯୁଗ୍ମ-ଇଞ୍ଜିନ୍ ବିଶିଷ୍ଟ ବହୁ-ଭୂମିକା ହେଲିକପ୍ଟର । ଭାରତର ବିବିଧତା ଏବଂ ଦାବିପୂର୍ଣ୍ଣ ଆବଶ୍ୟକତାକୁ ହାସଲ କରିବା ପାଇଁ ଗଢା ଯାଇଛି । ଏହାକୁ ବିଶ୍ୱ ବେସାମରିକ ବିମାନ ଚଳାଚଳ ବଜାରର କଠୋର ଚାହିଦା ପୂରଣ କରିବା ପାଇଁ ବିଶେଷ ଭାବରେ ଅପଗ୍ରେଡ୍ କରାଯାଇଛି । ଯେଉଁଥିରେ ଉନ୍ନତ ସୁରକ୍ଷା, କାର୍ଯ୍ୟଦକ୍ଷତା ଏବଂ ଯାତ୍ରୀ ଆରାମ କରିବାର ରହିଛି । ଏଥିରେ ଏକ ସିଭିଲ୍-ପ୍ରମାଣିତ ଗ୍ଲାସ୍ କକ୍ପିଟ୍ ଏବଂ ଉତ୍କୃଷ୍ଟ ପରିସ୍ଥିତିଗତ ସଚେତନତା ପାଇଁ ଉନ୍ନତ ଏଭିଓନିକ୍ସ ରହିଛି । ହେଲିକପ୍ଟରଟି ସ୍ୱଦେଶୀ ରୋଟାରୀ-ୱିଙ୍ଗ କ୍ଷମତାରେ ଏକ ମାଇଲଖୁଣ୍ଟ ପ୍ରତିନିଧିତ୍ୱ କରୁଛି । ଏଥିରେ ଉନ୍ନତ କମ୍ପନ-ନିୟନ୍ତ୍ରଣ ପ୍ରଣାଳୀ ରହିଛି ଯାହା VIP ଏବଂ ଚିକିତ୍ସା ପରିବହନ ପାଇଁ ଉପଯୁକ୍ତ । ଏହାର ସର୍ବାଧିକ ୫୫୦୦କିଲୋଗ୍ରାମ ଓଜନର ପରିବହନ କରିବାର କ୍ଷମତା ରଖିଛି । ଏହା ସର୍ବାଧିକ ଘଣ୍ଟାପ୍ରତି ୨୮୫କିମି ବେଗରେ ଉଡିପାରେ । ଏଥିରେ ସର୍ବାଧିକ ୧୪ଜଣ ଯାତ୍ରୀ ପରିବହନ କରି ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ