Thursday, December 12, 2024
21.9 C
Odisha

    ଦେଶର ପ୍ରଥମ ଲଙ୍ଗ-ରେଞ୍ଜ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ

    ଆଗକୁ ପଢନ୍ତୁ

    ଓଡ଼ିଶା ମାଟିରେ ଇତିହାସ ରଚିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ଡିଆରଡିଓ) । ନଭେମ୍ବର ୧୬ ତାରିଖରେ ଓଡ଼ିଶା ସ୍ଥିତ ଡ. ଅବଦୁଲ କଲାମ ଦ୍ୱୀପରୁ ଦେଶର ପ୍ରଥମ ଲଙ୍ଗ-ରେଞ୍ଜ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଏହି ମିସାଇଲ ଭାରତକୁ ପ୍ରତିରକ୍ଷା ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ଶୀର୍ଷରେ ପହଞ୍ଚାଇଛି । ହାଇପରସୋନିକ ମିସାଇଲ ପାରମ୍ପରିକ ମିସାଇଲ ଠାରୁ ବହୁତ ଦ୍ରୁତ ହୋଇଥିବା ବେଳେ ଏହା ଶବ୍ଦର ଗତିଠାରୁ ୫ ଗୁଣ ଅଧିକ ହୋଇଥାଏ । ଏହି ମିସାଇଲ ବହୁ ଦୂର ପର୍ଯ୍ୟନ୍ତ ମାରିବାର କ୍ଷମତା ରଖିଥାଏ ଓ ଶତ୍ରୁର ରାଡାର ଠାରୁ ବଞ୍ଚିବାର କ୍ଷମତା ରଖିଥାଏ । ଭାରତର ଏହି ମିସାଇଲ କେବଳ ଶତ୍ରୁଙ୍କ ଆଡ୍ଡା ଉପରେ ସଠିକ୍ ଭାବେ ହମଲ କରିବ ନାହିଁ, ବରଂ ଏହାର ତେଜ ରଫତାର କାରଣରୁ ଏହାକୁ ବିଶ୍ୱର ଅତ୍ୟତମ ପ୍ରତିରକ୍ଷା ପ୍ରଣାଳୀରେ ସାମିଲ କରିଛି । ଏହି ଐତିହାସିକ ମୁହୂର୍ତ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ସଶସ୍ତ୍ର ବଳ ଓ ଇଣ୍ଡଷ୍ଟ୍ରିର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ପାଇଁ ଏହା ଐତିହାସିକ ଉପଲବ୍ôଧ ବୋଲି କହିବା ସହ ଏହି ପରୀକ୍ଷଣ ଭାରତର ଆତ୍ମନିର୍ଭରଶୀଳତା ଓ ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି । ଏହି ସଫଳତା ପରେ ଆଗାମୀ ଦିନରେ ବହୁସଂଖ୍ୟକ ଟେକ୍ନୋଲୋଜି ସୃଷ୍ଟି କରିବା ଓ ଏହାକୁ ଭାରତୀୟ ସଶସ୍ତ୍ର ବଳରେ ସାମିଲ କରିବାକୁ ଡିଆରଡିଓ ଲକ୍ଷ୍ୟ ରଖିଛି । ଏଥିସହିତ ଏହି ହାଇପରସୋନିକ ଟେକନିକର କ୍ଷମତା ହାସଲ କରିଥିବା କିଛି ବଛା ଦେଶଙ୍କ ମଧ୍ୟରେ ଭାରତ ସାମିଲ ହେବାର ସୌଭାଗ୍ୟ ଲାଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    47 %
    1.8kmh
    87 %
    Thu
    18 °
    Fri
    27 °
    Sat
    26 °
    Sun
    26 °
    Mon
    26 °

    ସମ୍ବନ୍ଧିତ