Saturday, September 12, 2026
24.4 C
Odisha

    ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଅଭିଯୋଗ

    ଆଗକୁ ପଢନ୍ତୁ

    ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଯାଜପୁର ବୁଢ଼ାପୋଲ ନିକଟରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ହିମାଂଶୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ”ବୁଧବାର ଡିଡିଏମ୍‌ଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲି। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ। ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା, ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ୍‌, ଠେଙ୍ଗା ଥିଲା। ଏଥିରେ ସେମାନେ ମୋ ଗାଡ଼ିକୁ ପିଟିଥିଲେ। ଏହାପରେ ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ସମସ୍ତେ ମିଶି ମୋତେ ପିଟି, ମୋ ଚେନ୍‌ ଛିଡ଼ାଇ ନେଇଛନ୍ତି। ଆକ୍ରମଣ କରିବା ସମୟରେ ସେମାନେ ବବି ଭାଇ ଜିନ୍ଦାବାଦ୍‌ କହି ନାରା ଦେଇଥିଲେ। ବିଧାୟକଙ୍କୁ ମାଡ଼ ଆକ୍ରମଣର ପ୍ରତିବାଦ କରି ଘଟଣାସ୍ଥଳରେ ଭାଜପା କର୍ମୀମାନେ ରାସ୍ତାରୋକ କରିଛନ୍ତି। ଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁନି ବୋଲି ସେମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    94 %
    3kmh
    100 %
    Sat
    25 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ