Tuesday, October 6, 2026
28.6 C
Odisha

    ନାବାଳିକା ବଳାତ୍କାର ମାମଲା: କନଷ୍ଟେବଳଙ୍କୁ ୨୦ ବର୍ଷ କାରାଦଣ୍ଡ

    ଆଗକୁ ପଢନ୍ତୁ

    ଫୁଲବାଣୀ : ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିକିଛିଦିନ ପରେ ପୁଣି ଗୋବିନ୍ଦ ପୀଡିତାଙ୍କ ଘରକୁ ଯାଇ ନିଜ ଘରକୁ ବୁଲିଯିବା ପାଇଁ କହି କେରଳ ନେଇଯାଇଥିଲା। ସେଠାରେ ପ୍ରାୟ ୪ମାସ ରହିବା ପରେ ଫେରିଆସି ଫୁଲବାଣୀର ବିିଭିନ୍ନ ସାହିରେ ଭଡ଼ା ଘର ନେଇ ରହିଥିଲା। ୨୦୧୮ ମସିହାରେ ଗୋବିନ୍ଦ କନେ​‌ଷ୍ଟବଳ ଚାକିରି ପାଇବା ପରେ ପୀଡ଼ିତାଙ୍କ ସହିତ ଆଉ ସମ୍ପର୍କ ରଖି ନ ଥିଲା। କରୋନା ସମୟରେ ଗୋବିନ୍ଦ ଅନ୍ୟଜଣେ ଝିଅକୁ ବିବାହ କରି, ତାକୁ ଭୁଲିଯିବା ପାଇଁ ପୀଡିତାଙ୍କୁ କହିଥିଲା। ଫଳରେ ୨୦୨୦ ନଭେମ୍ବର ୧୧ ତାରିଖରେ ପୀଡ଼ିତା ଜଣକ ଫୁଲବାଣୀ ଟାଉନ ଥାନାରେ ଏକ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରିଥିଲା। ଆଜି ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ରାଜେଶ ଦାସ ୧୧ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇବା ସହିତ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରିଥିଲେ। ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକା ୬ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି ଅଦାଲତ। । ଅଭିଯୁକ୍ତ ଜଣକ ହେଲେ ଗୋବିନ୍ଦ ପ୍ରଧାନ । ସେ ଜଣେ ପୁଲିସ କନ​ଷ୍ଟେବଳ ଓ ତାଙ୍କ ଘର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ପୀଡ଼ିତା ନାବାଳିକା ଜଣକ ଅଭିଯୁକ୍ତ ଗୋବିନ୍ଦର ଭଉଣୀର ସାଙ୍ଗ । ତେଣୁ ଅନେକ ସମୟରେ ସେ ସାଙ୍ଗ ପାଖକୁ ବୁଲିବାକୁ ଆସିଥାଏ। ୨୦୧୬ରେ ପୀଡ଼ିତା ସାଙ୍ଗ ଘରକୁ ବୁଲିବାକୁ ଆସି ପ୍ରାୟ ଏକ ସପ୍ତାହ ରହିଥିଲା । ଏହି ସମୟ ମଧ୍ୟରେ ଗୋବିନ୍ଦ ପୀଡ଼ିତାଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ସହିତ ବିବାହର ପ୍ରତିଶୃତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଭୟରେ ଘଟଣା ସମ୍ପର୍କରେ ପୀଡ଼ିତା କାହାକୁ କହି ନ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ