Saturday, September 26, 2026
23.6 C
Odisha

    ନିବେଶରେ ପାରଙ୍ଗମ ନାରୀ!

    ଆଗକୁ ପଢନ୍ତୁ

    ୨୦୨୪ ମସିହାରେ ଭାରତର ପ୍ରତି ଚାରିଜଣରୁ ତିନିଜଣ ନିବେଶକାରୀ ମହିଳା ‘ରିଅଲ୍‌ ଇଷ୍ଟେଟ୍‌’ ବା ଘରବାଡ଼ି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ‘ଆନାରକ୍‌’ ନାମକ ଏକ ଉପଦେଷ୍ଟା ସଂସ୍ଥା ଦ୍ବାରା କରାଯାଇଥିବା ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଷ୍ଟକ୍‌ ବଜାରରେ ନିବେଶ ଲାଗି ମହିଳାଙ୍କ ଆଗ୍ରହ ୨୦୨୪ ଦ୍ବିତୀୟାର୍ଦ୍ଧରେ ମାତ୍ର ୨%କୁ ଖସିଆସିଥିଲା, ଯେତେବେଳେକି ୨୦୨୨ ଦ୍ବିତୀୟାର୍ଦ୍ଧରେ ଏହି ଆଗ୍ରହ ୨୦%ରୁ ଅଧିକ ଥିଲା। ମହିଳାଙ୍କ ସ୍ବାଧୀନତା ଓ ଆୟ ବୃଦ୍ଧି ପାଇବା ସହିତ ସେମାନେ ନିବେଶ କରିବା ଲାଗି ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରକୁ ପସନ୍ଦ କରୁଛନ୍ତି। ସର୍ବେକ୍ଷଣରେ ଭାଗ ନେଇଥିବା ମହିଳାଙ୍କ ମଧ୍ୟରୁ ୭୦%ଙ୍କ ମତରେ ରିଅଲ୍‌ ଇଷ୍ଟେଟ୍‌ ହେଉଛି ସବୁଠାରୁ ପସନ୍ଦଯୋଗ୍ୟ ନିବେଶ କ୍ଷେତ୍ର। ରିଅଲ୍‌ ଇଷ୍ଟେଟ୍‌ ଉପରେ ମହିଳାଙ୍କ ଏହି ଆସ୍ଥା ୨୦୧୯ ମସିହା (୫୭%)ରୁ ଲଗାତାର ବୃଦ୍ଧି ପାଉଛି। ପୁଣି ୫୨% ମହିଳା ନିବେଶକ ୯୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘର କିଣିବାକୁ ଆଗ୍ରହୀ। ବିଗତ କିଛି ମାସ ହେଲା ଭାରତୀୟ ଷ୍ଟକ୍‌ ବଜାର କ୍ଷତିରେ ଚାଲୁଥିବାବେଳେ ମହିଳାମାନେ ଗତ ବର୍ଷରୁ ରିଅଲ୍‌ ଇଷ୍ଟେଟ୍‌ ଉପରେ ଅଧିକ ଆସ୍ଥା ପ୍ରକଟ କରିବା ଦର୍ଶାଉଛି ଯେ ନିବେଶକ ଭାବେ ମହିଳାମାନେ ବିଜ୍ଞ ନିଷ୍ପତ୍ତି ନେବାରେ ପାରଙ୍ଗମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ