Sunday, May 31, 2026
35.2 C
Odisha

    ନିୟମଗିରି ପାହାଡ଼ରେ ହାତୀପଲ; ଲୋକେ ଭୟଭୀତ, ବନ ବିଭାଗ ନାକେଦମ

    ଆଗକୁ ପଢନ୍ତୁ

    କଲ୍ୟାଣସିଂହପୁର  :  ଦିନକୁ ଦିନ ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି କରିଥିବାରୁ ଲୋକେ ଭୟଭୀତ ରହିଛନ୍ତି। ଜଙ୍ଗଲ ନଷ୍ଟ, ପୋଡୁ ଚାଷ ଓ ବନବିଭାଗର ସଚେତନାର ଅଭାବ ଯୋଗୁଁ ବନ୍ୟଜନ୍ତୁ ଜଙ୍ଗଲରେ ରହିବା ବଦଳରେ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରୁଥିବାରୁ ପାହାଡ଼ ଉପରେ ରହୁଥିବା ଲୋକେ ଭୟଭୀତରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଓ ପାର୍ଶାଲି, ସୁନାଖଣ୍ଡି, ପଲମା ପଞ୍ଚାୟତର ବିଭିନ୍ନ ଗ୍ରାମ ରାଇଲିମା, ସରାଟୀ, ଗୁମ୍ମା, ଲମ୍ବା, ଚାଟିକାଣା, ବେମ୍ବେରି ଗ୍ରାମରେ କିଛି ଦିନ ଧରି କଳାହାଣ୍ଡିଆ ୨୭ଟି ହାତୀ କଲ୍ୟାଣସିଂହପୁର ନିୟମଗିରି ପାହାଡ଼ରେ ଥିବା ଜଣାପଡ଼ିଛି। ଏହି ହାତୀପଲ ବର୍ତ୍ତମାନ ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଉକ୍ତ ଡଙ୍ଗର ଅଞ୍ଚଳରେ ଆମ୍ବ, ପଣସ, ସଲପ, କଦଳୀ ଗୁଡିକ ଖାଇ ନଷ୍ଟ କରୁଥିବାରୁ ଅଞ୍ଚଳବାସୀ କ୍ଷତି ସହିବା ସହ ଭୟଭୀତରେ ରହିଛନ୍ତି। ରାତି ହେଲେ ଗାଁ ମୁହାଁ ହେଉଥିବା ବେଳେ ଦିନରେ ଜଙ୍ଗଲକୁ ଚାଲି ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ନିୟମଗିରି ପାହାଡ଼ରେ ପୂର୍ବରୁ ହାତୀଙ୍କ ପାଇଁ ପାଣିର ସୁବିଧା ଥିବା ବେଳେ ଵର୍ତମାନ ଜଙ୍ଗଲ ଧ୍ବଂସ ଜଳବାୟୁ ଜଳାଶୟର ଅଭାବ ଯୋଗୁ ହାତୀ ଗ୍ରାମ ଭିତରେ ପଶୁଛି ତ ପାଣି ପାଇଁ ନଳକୂପ ଭାଙ୍ଗି ଦେଉଛି। ଆଜକୁ ପ୍ରାୟ ୧୦ଦିନ ହେବ କଲ୍ୟାଣସିଂହପୁର ରେଞ୍ଜର ହାତୀ ବନପାଳ ଭଗବାନ ସାରକା ,ବନରଖି, ପାରାଗାର୍ଡ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନତା କରିବା ସହ ନାକେଦମ ହେଲେଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.2 ° C
    35.2 °
    35.2 °
    41 %
    1.9kmh
    56 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ