Monday, April 13, 2026
36.6 C
Odisha

    ନୂଆ ଷ୍ଟାର୍ଟ୍‌ଅପ୍‌: ଚାଲିବା ଶୈଳୀର ମୂଲ୍ୟାଙ୍କନ କରିବ ସ୍ବଦେଶୀ ଫୋର୍ସ୍‌ ପ୍ଲେଟ୍

    ଆଗକୁ ପଢନ୍ତୁ

    ରାଉରକେଲା : ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଗବେଷଣା କ୍ଷେତ୍ରରେ ପୁଣି ଏକ ଉପଲବ୍ଧି ହାସଲ କରିଛି। ଅନୁଷ୍ଠାନର ଗବେଷକ ଦଳ ଚାଲିବା ଶୈଳୀର ମୂଲ୍ୟାଙ୍କନ (ଗେଟ୍‌ ପ୍ରୋଫାଇଲିଂ) ପାଇଁ ଫୋର୍ସ୍‌ ପ୍ଲେଟ୍ ବିକଶିତ କରିଛନ୍ତି। ଏହି ଡିଭାଇସ୍ ବିଭିନ୍ନ କାର୍ଯ୍ୟ, ଯଥା- ଚିକିତ୍ସା କେନ୍ଦ୍ର, ଫିଜିଓଥେରାପି କ୍ଲିନିକ୍, ପୁନଃସୁଧାର କେନ୍ଦ୍ର, କ୍ରୀଡ଼ା ଏକାଡେମୀ, ଫୁଟ୍‌ୱେର୍‌ ଶିଳ୍ପ, ଗବେଷଣା ପ୍ରତିଷ୍ଠାନ ଉପରେ ସୁପ୍ରଭାବ ପକାଇବ। ଏହାର ମୂଲ୍ୟ ଅନ୍ୟ ଅନୁରୂପ ଡିଭାଇସ୍‌ ପାଖାପାଖି ୭୦-୮୫ ପ୍ରତିଶତ କମ୍‌। ଅନୁଷ୍ଠାନର ଫାଉଣ୍ଡେସନ୍‌ ଫର୍‌ ଟେକ୍ନୋଲୋଜି ଫର୍‌ ବିଜିନେସ୍‌ ଇନ୍‌କ୍ୟୁବେସନ୍‌ (ଏଫ୍‌ଟିବିଆଇ)ରେ ସୃଷ୍ଟି ଏହି ଷ୍ଟାର୍ଟ୍‌ଅପ୍‌ ‘କାଇନ୍‌ ଉତ୍କଳ ପ୍ରାଇଭେଟ୍‌ ଲିମିଟେଡ୍‌’ ମାଧ୍ୟମରେ ବାଣିଜ୍ୟିକରଣ କରାଯାଉଛି। ଏନ୍‌ଆଇଟି ବାୟୋଟେକ୍ନୋଲୋଜି ଓ ମେଡିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏ. ଥିରୁଗନମ, ପ୍ରଫେସରଙ୍କ ‌ନେତୃତ୍ବରେ ରିସର୍ଚ୍ଚ୍‌ ସ୍କୋଲାର୍‌ ଥରନି କୁମାରନ୍‌ ଓ ମନୀଷାଗୌରୀ ଶ୍ରୀନିବାସନ ଏହି ଡିଭାଇସ୍‌ ବିକଶିତ କରିଛନ୍ତି। ସ୍ୱଦେଶୀଭାବେ ବିକଶିତ ଏହି ଫୋର୍ସ୍‌ ପ୍ଲେଟ୍ ବ୍ୟବହାର କରି ସଂପନ୍ନ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଶରୀରର ଓଜନ ଅନୁସାରେ ହିଲ୍‌ ପ୍ୟାଡ୍‌ର ନମନୀୟତା ଓ ଆଘାତ ଅବଶୋଷଣ ହ୍ରାସ ପାଇଥାଏ। ଯଦ୍ବାରା ହିଲ୍ ପ୍ୟାଡ୍ କଠିନତା ବୃଦ୍ଧି ହେବାସହ ଯନ୍ତ୍ରଣା ଅନୁଭୂତ ହୁଏ। ଏହା ବହୁ-ଅକ୍ଷୀୟ ଗ୍ରାଉଣ୍ଡ୍‌ ରିଆକ୍ସ ଫୋର୍ସ୍‌ (ଜିଆର୍‌ଏଫ୍‌) ମାପିବ। ଫୋର୍ସ୍‌ ପ୍ଲେଟ୍‌ରୁ ମପାଯାଇଥିବା ଜିଆର୍‌ଏଫ୍‌ ଅସ୍ୱାଭାବିକ ଚାଲିବା ଶୈଳୀ ନିର୍ଣ୍ଣୟ ପାଇଁ ବହୁମାତ୍ରାରେ ଉପଯୋଗୀ ହେବ।

    ଏହାର ପେଟେଣ୍ଟ୍‌ ଦାଖଲ କରାଯାଇଥିବାବେଳେ ‘ମେକାନିକ୍ସ ଇନ୍ ମେଡଇସିନ ଆଣ୍ଡ୍‌ ବାୟୋଲୋଜି’ ଜର୍ଣ୍ଣାଲରେ ଏକ ଗବେଷଣା ପ୍ରବନ୍ଧ ପ୍ରକାଶିତ ହୋଇଛି। ପ୍ରାୟତଃ ଏହି ଫୋର୍ସ୍‌ ପ୍ଲେଟ୍‌କୁ ଆମଦାନୀ କରାଯାଉଥିବାବେଳେ ଏହାର ମୂଲ୍ୟ ୩୦ରୁ ୫୦ ଲକ୍ଷ ଭିତରେ ରହିଥାଏ। ତେବେ ଏନ୍‌ଆଇଟିରେ ବିକଶିତ ଫୋର୍ସ ପ୍ଲେଟ୍ ମାତ୍ର ୮ରୁ ୧୦ ଲକ୍ଷ ଟଙ୍କା ଭିତରେ ଉପଲବ୍ଧ ହେବ। ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପକୁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍‌ଟି) ଅଧିନସ୍ଥ ବାୟୋମେଡିକାଲ୍ ଡିଭାଇସ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ (ବିଡିଟିଡି) ଯୋଜନାରେ ଅନୁଦାନ ମିଳିଥିଲା। ଏହାସହ ଶିଳ୍ପ ସହଯୋଗୀ ମେସର୍ସ ଏନ୍‌.କେ. ଇନ୍‌ଷ୍ଟ୍ରୁମେଣ୍ଟ୍‌ସ (କୋଲକାତା), ରାଉରକେଲା ଇସ୍ପାତ କାରଖାନା, କେରଳ ଷ୍ଟାର୍ଟ୍‌ଅପ୍‌ ମିସନ୍‌ ପକ୍ଷରୁ ଅର୍ଥ ଅନୁମୋଦିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ