Friday, September 25, 2026
24.2 C
Odisha

    ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’

    ଆଗକୁ ପଢନ୍ତୁ

    ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁରଠାରେ ନିର୍ବାସିତ ଭାରତୀୟ ଜାତୀୟତାବାଦୀଙ୍କ ଦ୍ଵାରା ଏକ ଅସ୍ଥାୟୀ ଭାରତୀୟ ସରକାର ଗଠନ କରିଥିଲେ। ଏହାର ନାମ ରଖିଥିଲେ ‘ଆଜାଦ୍ ହିନ୍ଦ୍ ଫୌଜ’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ନେତାଜୀ ଜୟନ୍ତୀ ଅବସରରେ କଟକରେ ଆୟୋଜିତ ‘ପରାକ୍ରମ ଉତ୍ସବ’ରେ ଯୋଗଦେଇ ଗୁରୁବାର ଶ୍ରୀ ମାଝୀ କହିଛନ୍ତି ୧୯୪୩ ମସିହା ଡିସେମ୍ବରରେ ଜାପାନ ସହାୟତାରେ ଆଣ୍ଡାମାନ ଓ ନିକୋବର ଦ୍ବୀପରେ ଆଜାଦ୍ ହିନ୍ଦ ଫୌଜର ପ୍ରଥମ ସରକାର ପ୍ରତିଷ୍ଠା କରିଥିଲେ। ଏହାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହା ଡିସେମ୍ବର ୩୦ ତାରିଖ ଦିନ ସେଠାରେ ଥିବା ୩ ଗୋଟି ଦ୍ଵୀପ ଯେପରିକି ରସ୍ ଦ୍ବୀପକୁ ନେତାଜୀ ସୁବାସ ବୋଷ ଦ୍ଵୀପ, ନିଲ୍ ଦ୍ବୀପକୁ ସହିଦ ଦ୍ଵୀପ ଏବଂ ହାଭେଲକ ଦ୍ଵୀପକୁ ସ୍ଵରାଜ ଦ୍ଵୀପ ଭାବେ ନାମକରଣ କରିଛନ୍ତି।ଭାରତୀୟ ସ୍ଵାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କଳ ମାଟିର ବରପୁତ୍ରଙ୍କ ଶୌର୍ଯ୍ୟ, ତ୍ୟାଗ ଏବଂ ସାମର୍ଥ୍ୟକୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ସହର କଟକରେ ତାଙ୍କର ଜୟନ୍ତୀ ପାଳନ କରିବା ଆମ ପାଇଁ ଏକ ସୌଭାଗ୍ୟର ଅବସର। ଏଥିପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ