Thursday, September 24, 2026
24.7 C
Odisha

    ତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି, ପାଣି ଘେରରେ ବ୍ୟାଙ୍କ କଲୋନୀ

    ଆଗକୁ ପଢନ୍ତୁ

    ଛତ୍ରପୁର  : ଗଞ୍ଜାମ ଛତ୍ରପୁରରେ ପାଣି ଘେରରେ ଘର । ଛତ୍ରପୁର ପୌର ପରିଷଦ ବ୍ୟାଙ୍କ କଲୋନୀରେ ଘର ଭିତରେ ପଶିଲା ବର୍ଷା ପାଣି । ତାମ୍ପରା ହାଦ୍ରର ପାଣି ସଠିକ ନିଷ୍କାସନ ହୋଇ ନପାରି ପାଣି ଏବେ ସାହି ଭିତରେ ପଶିବାକୁ ଲାଗିଲାଣି । ଫଳରେ ସାହିର କିଛି ଘର ଏବେ ପାଣି ଘେରରେ ରହିଛନ୍ତି । ପାଣିର ଜଳସ୍ତର ବୃଦ୍ଧି ପାଉଥିବାରୁ ବିପଦରେ ରହିଛି । ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବର୍ଷା ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି ପାଇବାରୁ ଏହାର ଆଖପାଖ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ପାଣି ଘେରରେ ରହିଥିବା ଜଣାପଡ଼ିଛି। ଫଳରେ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପାଣି ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.7 ° C
    24.7 °
    24.7 °
    95 %
    2kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ