Monday, October 12, 2026
24.4 C
Odisha

    ନକ୍ସଲ ପ୍ରବଣ ଅଞ୍ଚଳର ଯୁବକଯୁବତୀଙ୍କୁ ଭ୍ରମଣ କରାଇଲା ସିଆରପିଏଫ୍‌

    ଆଗକୁ ପଢନ୍ତୁ

    ସୀମାନ୍ତ ଛତିଶଗଡ଼ର ସୁକମା ଦ୍ବିତୀୟ ବାହିନୀ ସିଆରପିଏଫର କମାଣ୍ଡାଣ୍ଟ ରତିକାନ୍ତ ବେହେରା ନିର୍ଦ୍ଦେଶରେ ୧୬ତମ ଆଦିବାସୀ ଯୁବ ଭାରତ ଭ୍ରମଣ କାର୍ଯ୍ୟକ୍ରମରେ ସୁକମା ଜିଲ୍ଲାର ଆଦିବାସୀ ଯୁବକ ଏବଂ ଯୁବତୀମାନଙ୍କୁ ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ ଅନ୍ୟ ଏକ ବିକଶିତ ରାଜ୍ୟକୁ ପଠାଇ ସେମାନଙ୍କୁ ସେଠାରେ ଥିବା ସଂସ୍କୃତି ଏବଂ ବିକାଶ ସହିତ ପରିଚିତ କରାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦିଆଯାଇଛି। ଏହା ଦ୍ବାରା ସେମାନେ ଦେଶର ପ୍ରଗତିଶୀଳ କ୍ଷେତ୍ରର କାର୍ଯ୍ୟକଳାପ ଏବଂ ବିକାଶ ଉପରେ ତୀକ୍ଷ୍ଣ ନଜର ରଖିବାର ସୁଯୋଗ ପାଇବେ। ବର୍ତ୍ତମାନ ସୁଦ୍ଧା ୧୨୦ ଯୁବକ ଓ ଯୁବତୀ ବିଭିନ୍ନ ସ୍ଥାନକୁ ଯାତ୍ରା କରିସାରିଛନ୍ତି। ଯେଉଁଥିପାଇଁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁକମା ସିଆରପିଏଫ ଏବଂ ଜଗଦଲପୁର ନେହେରୁ ଯୁବା କେନ୍ଦ୍ର ସଂଗଠନ ଦ୍ବାରା ଜାନୁଆରି ୨୫ରୁ ୩୧ ପର୍ଯ୍ୟନ୍ତ ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଗ୍ରାମ ଚିନ୍ତାଗୁମ୍ଫା, ଫୁଲବଗଡି, ଦ୍ରୋଣ ପାଲ, କେରଳପାଲ, ଇଞ୍ଜିରାମ, ଡବବାକୋଣ୍ଟା, ପୁଣପଲ୍ଲୀ, ଗୋଲାପାଲି ଏବଂ ଗାଦିରାସ ଇତ୍ୟାଦି ଗ୍ରାମର ଯୁବକ ଏବଂ ଯୁବତୀମାନଙ୍କୁ  ଜୟପୁର (ରାଜସ୍ଥାନ)କୁ ଭ୍ରମଣ ପାଇଁ ପଠାଯାଉଛି।

    ନକ୍ସଲ ପ୍ରଭାବିତ ଅଞ୍ଚର ଯୁବକଯୁବତୀମାନେ ଏହି ସହରର ବିକାଶକୁ ଅତି ନିକଟରୁ ଦେଖିପାରିବେ ଏବଂ ଫେରିବା ପରେ ସେମାନେ ନିଜ ଅଞ୍ଚଳର ଲୋକଙ୍କ ସହ ଜଡିତ ହୋଇ ସମସ୍ତ ପ୍ରକାରର ସୂଚନା ବାଣ୍ଟିପାରିବେ ଏବଂ ନିଜ ଅଞ୍ଚଳର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଯୁବକମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସିଆରପିଏର ପୁରୁଷ ଏବଂ ମହିଳା କର୍ମଚାରୀ ମଧ୍ୟ ସେମାନଙ୍କ ସହିତ ଜୟପୁର (ରାଜସ୍ଥାନ)କୁ ପଠାଯାଇଛି।

    ଏହି ଅବସରରେ ସିଆରପିଏଫ କମାଣ୍ଡାଣ୍ଟ ରତିକାନ୍ତ ବେହେରା ଦ୍ୱାରା ସବୁଜ ପତାକା ଦେଖାଇ ଏହି ଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପଙ୍କଜ କୁମାର, ଦ୍ୱିତୀୟ କମାଣ୍ଡିଂ ଅଫିସର ଅନାମୀ ଶରଣ, ଡେପୁଟି କମାଣ୍ଡାଣ୍ଟଟି ସାମସନ ରାଜୁ, ସାହାୟକ କମାଣ୍ଡାଣ୍ଟ ରାଜେନ୍ଦ୍ର କୁମାର ସମେତ ସମସ୍ତ ଯବାନ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ