Monday, May 25, 2026
28.8 C
Odisha

    ନ୍ୟାୟ ମାଗୁଛି ବଣ୍ଡାଘାଟି: ଏହି ଗ୍ରାମକୁ ଆଜି ବି ନାହିଁ ପକ୍କାରାସ୍ତା

    ଆଗକୁ ପଢନ୍ତୁ

    ଖଇରପୁଟ ବ୍ଲକର ବଣ୍ଡାଘାଟି ଆଜି ବି ନ୍ୟାୟ ମାଗୁଛି। ଘାଟିକୁ ପକ୍କାରସ୍ତା ହେଲା କିନ୍ତୁ ମୌଳିକ ସୁବିଧା ପହଞ୍ଚିପାରିଲା ନାହିଁ। ଘାଟିରେ ରହିଥିବା ଦୁଇଟି ପଞ୍ଚାୟତରେ ୩୨ଟି ଗ୍ରାମ ରହିଛି। ସେଥିମଧ୍ୟରୁ ଅଣ୍ଡ୍ରାହାଲ ପଞ୍ଚାୟତର ବଡବେଲ ଗ୍ରାମଟି ଅତି ଶୋଚନୀୟ ହୋଇ ପଡିଛି। ଆଜି ବି ବଡବେଲ ଗ୍ରାମକୁ ପକ୍କା ରାସ୍ତା ନାହିଁ। ଅଣ୍ଡ୍ରାହାଲ ପଞ୍ଚାୟତ ଠାରୁ ଏହି ଗ୍ରାମଟି ପ୍ରାୟ ୬ କିଲୋମିଟର ହେବ।ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଲୋକେ ପାଦରେ ହିଁ ଚାଲିଚାଲି ଯାଉଛନ୍ତି। ଗାଁକୁ ନା ଦୁଇ ଚକିଆ ଯାନ ଯାଇପାରୁଛି ନା ଚାରି ଚକିଆ ଯାନ। ଲୋକେ ନିରକ୍ଷର ଏବଂ ନିରୀହ ହୋଇଥିବାରୁ ଏହି ଗ୍ରାମକୁ ଆଜି ବି ସରକାରୀ ସୁବିଧା ପହଞ୍ଚି ପାରୁ ନାହିଁ। ଗାଁରେ ମଣିଷ,ଘୁଷୁରି ଏବଂ କୁକୁର ଏକାକାର ହୋଇଯାଇଛନ୍ତି। ଗୋଟିଏ ଘରେ ହିଁ ତିନି ଜଣ ରହିବାକୁ ବାଧ୍ୟ ହେଉଛନ୍ତି। ଗାଁରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ଘର ରହିଛି। ଏହି ଗ୍ରାମଟି ଅନ୍ୟ ଗ୍ରାମ ଅପେକ୍ଷା ବହୁତ ବଡ। ଗାଁ ଭିତରେ ଆଜି ବି ସିସି ରୋଡ କିମ୍ବା ପେବର ବ୍ଲକ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଲୋକେ ଗାଁ ରାସ୍ତାରେ କାଦୁଅ ପଚ ପଚରେ ଚାଲିବାକୁ ବାଧ୍ୟ ହେଉଛନ୍ତି। ଗାଁ ଭିତର ରାସ୍ତାରେ ଡ୍ରେନର ସୁବିଧା ନଥିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ସେହି ପାଣି ଉପରେ ଘୁଷୁରି, କୁକୁର ଏବଂ ମଣିଷ ଚାଲିବାକୁ ବାଧ୍ୟ ହେଉଛନ୍ତି।
    ତେବେ ଏତେ ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା ମଧ୍ୟ ସରକାର ଏଠାରେ କରିପାରିଲେ ନାହିଁ। ଗାଁରେ ବିଦ୍ୟୁତ ସେବା ରହିଛି। କିନ୍ତୁ ଏହା କେତେବେଳେ ଯିବ ଏବଂ କେତେବେଳେ ଆସିବ କେହି କହି ପାରିବେ ନାହିଁ। ଗାଁକୁ ପକ୍କା ରାସ୍ତା ଏବଂ ଗାଁ ଭିତରେ ରାସ୍ତା ପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ଦାବି କରିଆସୁଥିଲେ ମଧ୍ୟ ଗାଁକୁ ନେତା ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କ ପାଦ ପଡୁଥିବା ବେଳେ ଏହାର କୌଣସି ଉନ୍ନତି ହୋଇପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର କୋଟି କୋଟି ଟଂକା ବଣ୍ଡା ଜନଜାତିଙ୍କ ପାଇଁ ଖର୍ଚ୍ଚ କରୁଥିଲେ ମଧ୍ୟ ଆଜି ବି ବଣ୍ଡା ବାହ୍ୟ ଜଗତ ସହ ଖାପଖୁଆଇ ଚଳିପାରୁନାହାନ୍ତି। ବଡବେଲ ଗ୍ରାମ ପ୍ରତି ସରକାରୀ ବାବୁଙ୍କ ଦୃଷ୍ଟି ପଡୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.8 ° C
    28.8 °
    28.8 °
    67 %
    2.8kmh
    28 %
    Mon
    29 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ