Saturday, March 14, 2026
38.1 C
Odisha

    ପଇଡ଼ ପାଣି କେଉଁମାନଙ୍କୁ ମନା ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ପଇଡ ପାଣିକୁ ସାଧାରଣତଃ ପ୍ରାକୃତିକ ହେଲଦି ପାନୀୟ ବୋଲି କୁହାଯାଏ । କାରଣ ଏଥିରେ କ୍ୟାଲୋରୀ କମ୍ ଥାଏ ଏବଂ ଏହା ଇଲେକ୍ଟ୍ରୋଲାଇଟ୍ସରେ ପରିପୂର୍ଣ୍ଣ। ବିଶେଷକରି ବ୍ୟାୟାମ ପରେ ହାଇଡ୍ରେସନ୍ ପାଇଁ ଏହା ସାହାଯ୍ୟ କରେ। ଚମକଦାର ଚର୍ମଠାରୁ ଆରମ୍ଭ କରି ଭଲ ପାଚନ ପର୍ଯ୍ୟନ୍ତ ଏହା ବେଶ୍ ଉପଯୋଗୀ। କିନ୍ତୁ ଏହା ସମସ୍ତଙ୍କ ପାଇଁ ଉପଯୋଗୀ ନୁହେଁ। ଆସନ୍ତୁ ଜାଣିବା କେଉଁମାନେ ପଇଡ ପିଇବା ଅନୁଚିତ୍।

    ୧-କିଡନୀ ସମସ୍ୟା: ଯେଉଁ ମାନଙ୍କର କିଡନୀ ସମସ୍ୟା ରହିଛି। ସେମାନେ ଆଦୌ ପଇଡ ପାଣି ପିଇବା ଅନୁଚିତ୍। ଏଥିରେ ଅଧିକ ପରିମାଣରେ ପୋଟାସିୟମ୍ ଥାଏ। ଖରାପ୍ କିଡନୀ ଶରୀରରୁ ଅଧିକ ପୋଟାସିୟମ୍ ନିଷ୍କାସିତ କରିପାରେ ନାହିଁ। ପଇଡ ପାଣି ରକ୍ତରେ ପୋଟାସିୟମ୍ ସ୍ତର ବୃଦ୍ଧି କରିଥାଏ। ଯାହା ଜୀବନ ମଧ୍ୟ ନେଇପାରେ।

    ୨-ଯେଉଁ ମାନଙ୍କର ବ୍ଲଡ୍ ପ୍ରେସର କମ୍ ରହିଥାଏ , ସେମାନେ ମଧ୍ୟ ପଇଡ ପାଣି ପିଇବା ଅନୁଚିତ୍। ଏହା ବ୍ଲଡ୍ ପ୍ରେସରକୁ ଆହୁରି କମାଇଦେଇଥାଏ। ଯାହାଦ୍ଵାରା ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇଥାଏ।

    ୩- ଯଦି ଆପଣଙ୍କର ଶରୀରରେ ଶଙ୍କରା ସ୍ତର ନିୟନ୍ତ୍ରଣରେ ରହିଛି। ତେବେ ଯଦି ସେମାନେ ପଇଡ ପାଣି ଅଧିକ ପିଇବେ , ତେବେ ଏହା ରକ୍ତରେ ବ୍ଲୁକେଜ୍ ସ୍ତର ବୃଦ୍ଧି କରିଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ କମ୍ ପରିମାଣରେ ପଇଡ ପାଣି ପିଇବା ଉଚିତ୍।

    ୪- ଯେଉଁ ମାନଙ୍କର କୌଣସି ଅପରେସନ୍ ହେବାକୁ ଅଛି , ସେମାନେ ଦୁଇ କିମ୍ବା ତିନି ସପ୍ତାହ ପୂର୍ବରୁ ପଇଡ ପାଣି ପିଇବା ବନ୍ଦ କରିଦେବା ଉଚିତ୍। କାରଣ ପଇଡ ପାଣି ବ୍ଲଡ୍ ପ୍ରେସର ଉପରେ ପ୍ରଭାବ ପକାଇପାରେ।

    ୫-ଯେଉଁ ମାନଙ୍କର ଆଲର୍ଜି ସମସ୍ୟା ରହିଛି, ସେମାନେ ସର୍ବଦା ସତେଜ୍ ପଇଡ ପାଣି ପିଇବା ଉଚିତ୍। ଯଦି ପଇଡ ଗୁଡିକ କିଛି ଦିନ ହେବ ରହିଯାଉଛି, ସେସବୁକୁ ପଇବା ଅନୁଚିତ୍। ସର୍ଦ୍ଦି ଏବଂ କାଶ ହେଉଥିଲେ ରାତିରେ ଆଦୌ ପଇଡ ପାଣି ପିଅନ୍ତୁ ନାହିଁ। ଯଦି ଆପଣଙ୍କୁ ପଇଡ ପାଣି ପିଇବା ପସନ୍ଦ , ଆପଣ ଥରେ ଡାକ୍ତରଙ୍କ ପରାମର୍ଶ ନେଇନିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ