Wednesday, September 23, 2026
23.8 C
Odisha

    ପାକିସ୍ତାନରୁ ଆତଙ୍କବାଦୀ ଏବଂ ଡ୍ରଗ୍ସ ଚୋରାଚାଲାଣ: ତାଲିବାନ ଦେଲା ଧମକ

    ଆଗକୁ ପଢନ୍ତୁ

    କାବୁଲ: ଆତଙ୍କବାଦ ପ୍ରସଙ୍ଗରେ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନକୁ ଧମକ ଦେଇଛନ୍ତି।ପାକିସ୍ତାନ ବାରମ୍ବାର କହୁଛି ଯେ, ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଆଶ୍ରୟ ନେଉଛନ୍ତି। ଏବେ ତାଲିବାନ ଦ୍ୱାରା ପାକିସ୍ତାନ ଉପରେ ମଧ୍ୟ ସମାନ ଅଭିଯୋଗ କରାଯାଇଛି। ତାଲିବାନ କହିଛି ଯେ, ଆଫଗାନିସ୍ତାନକୁ ଅସ୍ଥିର କରିବା ପାଇଁ ପାକିସ୍ତାନ କାର୍ଯ୍ୟ କରୁଛି। ଏଥିପାଇଁ ସେ ଆଫଗାନିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ବେଆଇନ ଭାବେ ନିଶା କାରବାର ପଠାଉଛନ୍ତି।ଦି ସଣ୍ଡେ ଗାର୍ଡିୟାନ ଅନୁଯାୟୀ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୁରକ୍ଷା ଏବଂ କ୍ଲିୟରାନ୍ସ ବ୍ୟାପାର କେନ୍ଦ୍ରୀୟ ଆୟୋଗ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ପାକିସ୍ତାନର ଭୂମିକାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।

    ଆତଙ୍କବାଦ ଏବଂ ଡ୍ରଗ୍ସ କାରବାର ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର ସୁରକ୍ଷାକୁ କ୍ଷୁର୍ଣ୍ଣ କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆଫଗାନିସ୍ତାନର ଭାବମୂର୍ତ୍ତିକୁ ଖରାପ କରିବାକୁ ଏବଂ ଡ୍ରଗ୍ସ ବିରୋଧରେ ଲଢ଼େଇକୁ ଦୁର୍ବଳ କରିବାକୁ ପାକିସ୍ତାନ ଚେଷ୍ଟା କରୁଛି।

    ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟର ରିପୋର୍ଟରେ ଆଫଗାନିସ୍ତାନ ବିରୋଧରେ ପାକିସ୍ତାନ ପକ୍ଷରୁ ଷଡଯନ୍ତ୍ର ହେଉଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ପାକିସ୍ତାନରୁ ଆଫଗାନିସ୍ତାନକୁ ଚୋରା ଚାଲାଣ କରାଯାଉଛି।

    ଡ୍ରଗ୍ସ କାରବାରକୁ ପ୍ରୋତ୍ସାହିତ କରୁଥିବା ନେଇ ଆଫଗାନିସ୍ତାନ ବିରୋଧରେ ଅନେକ ସମୟରେ ମିଥ୍ୟା ଅଭିଯୋଗ କରାଯାଇଥାଏ। ବାସ୍ତବରେ ଏହି ବ୍ୟବସାୟ ପାକିସ୍ତାନରେ ହୋଇଥାଏ ବୋଲି ତାଲିବାନ କହିଛି।

    ଏହି ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀଙ୍କୁ ନିଜର ଆଦିବାସୀ ଅଞ୍ଚଳରେ ଆଶ୍ରୟ ଦେଇ ତାଲିମ ଦେଉଛି। ତାଲିବାନ କହିଛି ଯେଳ ଆଫଗାନିସ୍ତାନରେ ଦୁର୍ବଳ ହୋଇଥିବା ଗୋଷ୍ଠୀଙ୍କୁ ବର୍ତ୍ତମାନ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ବାଲୁଚିସ୍ତାନ ଅଞ୍ଚଳରେ ଆଶ୍ରୟ ଦିଆଯାଇଛି। ଏହି ଆତଙ୍କବାଦୀଙ୍କୁ କରାଚି ଏବଂ ଇସଲାମାବାଦ ବିମାନବନ୍ଦର ଦେଇ ପାକିସ୍ତାନ ଅନ୍ୟ ସ୍ଥାନକୁ ପଠାଉଛି।ତାଲିବାନ ଦାବି କରିଛି ଯେ, ଆଫଗାନିସ୍ତାନରେ ହୋଇଥିବା ହିଂସା ପାଇଁ ଦାୟୀ ଅନେକ ଆକ୍ରମଣକାରୀ ବିଦେଶୀ ନାଗରିକ। ଏଥିମଧ୍ୟରୁ ବହୁ ସଂଖ୍ୟାରେ ପାକିସ୍ତାନୀ ଅଛନ୍ତି। ଏହି ରିପୋର୍ଟରେ ଆହୁରି ମଧ୍ୟ ଜୋର୍ ଦିଆଯାଇଛି ଯେ, ଆଫଗାନିସ୍ତାନ ବାହାରେ ବିଶେଷ କରି ପାକିସ୍ତାନରେ ଅଧିକାଂଶ ଆକ୍ରମଣ ଯୋଜନା କରାଯାଇଛି। ତାଲିବାନ ଦାବି କରିଛି ଯେ, ପାକିସ୍ତାନରେ ଆଶ୍ରୟ ନେଉଥିବା ଆତଙ୍କବାଦୀ ଗୋଷ୍ଠୀ ବିଦେଶୀ ପୁଞ୍ଜି ବିନିଯୋଗକୁ ବନ୍ଦ କରିବା ଏବଂ ଆଫଗାନିସ୍ତାନର ଆର୍ଥିକ ବିକାଶକୁ ବାଧା ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    99 %
    1.4kmh
    100 %
    Tue
    24 °
    Wed
    27 °
    Thu
    27 °
    Fri
    29 °
    Sat
    28 °

    ସମ୍ବନ୍ଧିତ