Wednesday, September 9, 2026
30.9 C
Odisha

    ପିଏଚଡି ନିୟମ ଉଲ୍ଲଂଘନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୁଦ୍ଧରେ (ୟୁଜିସି)ର କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପିଏଚଡି ନିୟମ ଉଲ୍ଲଂଘନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅର୍ଥାତ (ୟୁଜିସି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ଥାନର ତିନୋଟି ବିଶ୍ୱବିଦ୍ୟାଳୟ ଉପରେ ୟୁଜିସି ପାଞ୍ଚ ବର୍ଷର ପ୍ରତିବନ୍ଧକ ଲଗାଇଛି ।ଏବେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପିଏଚଡି ପ୍ରୋଗ୍ରାମରେ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ କରାଇ ପାରିବେନାହିଁ । ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବ୍ୟାନ୍ କରାଯାଇଛି ସେଗୁଡ଼ିକ ମଧ୍ୟରେ ଚୁରୁର ଓପିଜେଏସ ବିଶ୍ୱବିଦ୍ୟାଳୟ, ଅଲୱରର ସନରାଇଜ୍ ବିଶ୍ୱବିଦ୍ୟାଳୟ ଏବଂ ଝୁନଝୁନୁର ସିଂହାନିଆ ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ ।

    ୟୁଜିସି କହିଛି ଯେ, ଏହି ତିନୋଟି ବିଶ୍ୱବିଦ୍ୟାଳୟ ପିଏଚଡି ନିୟମ ଉଲ୍ଲଂଘନ କରୁଥିଲେ । ୟୁଜିସି ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚଡି ନିୟମ ଯାଞ୍ଚ କରିବା ପାଇଁ ଏକ ସ୍ଥାୟୀ କମିଟି ଗଠନ କରାଯାଇଥିଲା ।ଏହି କମିଟି ଜାଣିପାରିଲା ଯେ ଏହି ତିନୋଟି ବିଶ୍ୱବିଦ୍ୟାଳୟ ନିୟମ ପାଳନ କରୁନାହାଁନ୍ତି, ଯାହା ପରେ ସେମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା । ସନ୍ତୋଷଜନକ ଉତ୍ତର ଦିଆଯାଇ ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.9 ° C
    30.9 °
    30.9 °
    63 %
    3.4kmh
    99 %
    Wed
    31 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ