Saturday, October 10, 2026
23.6 C
Odisha

    ସୈଫଙ୍କ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ସିସିଟିଭିରେ କଏଦ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି ବାନ୍ଦ୍ରା ପୋଲିସର ସ୍ପୋସାଲ ଟିମ୍ । ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲା।ଆକ୍ରମଣ ପରେ ଷ୍ଟେସନ ଯାଇଥିଲା ଚୋର।ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତକୁ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଦେଖାଯାଇଥିଲା । ଘଟଣା ପରେ ସନ୍ଦିଗ୍ଧ ବ୍ୟକ୍ତି ପ୍ରଥମ ଲୋକାଲ୍ ଟ୍ରେନ୍ ଧରିଥିଲା।

    ପ୍ରକାଶଥାଉକି, ବୁଧବାର ଭୋର ୨.୩୦ ସମୟରେ ଜଣେ ଚୋର ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାରେ ସୈଫଙ୍କ ମେରୁଦଣ୍ଡ ଏବଂ ବେକ ପାଖରେ ଗୁରୁତର ଆଘାତ ଲାଗିଛି, ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଅଭିନେତା ଜଣକ ଏବେ ବିପଦମୁକ୍ତ ଅଛନ୍ତି ।ସୈଫ ଅଲୀ ଖାନ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଠାରେ ଅଭିନେତାଙ୍କର ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅପରେସନ ଚାଲିଥିଲା। ବର୍ତ୍ତମାନ ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସେ ଧିରେଧିରେ ସୁସ୍ଥ ରହିଥିବା ନେଇ ଡାକ୍ତର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ