Friday, September 18, 2026
25 C
Odisha

    ପୁଅର ଭୁଲ୍‌ ପାଇଁ ବାପାଙ୍କ ଘର ଭାଙ୍ଗିଦେବା ଉଚିତ୍‌ ନୁହେଁ

    ଆଗକୁ ପଢନ୍ତୁ

    ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୁଅର ଭୁଲ ହେତୁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ। ଶୁଣାଣି ସମୟରେ ୟୁପି ସରକାର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ମ୍ୟୁନିସିପାଲିଟି ନିୟମ ଅନୁଯାୟୀ, କେବଳ ନୋଟିସ ଦେଇ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରେ। କାହାର କୌଣସି ଅପରାଧରେ ଅଭିଯୁକ୍ତ କାରଣରୁ ନୁହେଁ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍‌।

    ତୁଷାର ମେହେଟ୍ଟା କହିଛନ୍ତି, ଅଧିକାଂଶ କ୍ଷେତ୍ରରେ ବେଆଇନ ନିର୍ମାଣ ବିରୋଧରେ ନୋଟିସ ଦିଆଯାଇସାରିଛି। ଏହା ଉପରେ କୋର୍ଟ କହିଛନ୍ତି ଯେ, ଆମେ ମଧ୍ୟ ବେଆଇନ ନିର୍ମାଣକୁ ସଂରକ୍ଷଣ କରିବା ସପକ୍ଷରେ ନାହୁଁ, କିନ୍ତୁ ପୁଅର ଭୁଲ ହେତୁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ। ଏହା ପରେ ମେହେଟ୍ଟା କହିଛନ୍ତି ଯେ, ଆମେ ମଧ୍ୟ ସମସ୍ତ ପକ୍ଷଙ୍କ ସହ କଥାବାର୍ତ୍ତା କରି ସମାଧାନ ଖୋଜିବାକୁ ଚେଷ୍ଟା କରିବୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    87 %
    1.2kmh
    98 %
    Thu
    25 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ