Friday, December 27, 2024
18.3 C
Odisha

    ପୁଣି ଅଶାନ୍ତ କଳିଙ୍ଗନଗର; ମରିବୁ ପଛେ ଆନ୍ଦୋଳନରୁ ହଟିବୁ ନାହୁଁ: ବିସ୍ଥାପିତ ପରିବାର

    ଆଗକୁ ପଢନ୍ତୁ

    ଯାଜପୁର: ମୃତକ ବିସ୍ଥାପିତ ଉତ୍ତରାଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିକୁ ନେଇ ନୀଳାଚଳ କାରଖାନା ଫାଟକ ସମ୍ମୁଖରେ ସୋମବାରଠାରୁ ଆନ୍ଦୋଳନ ଡାକରା ଦେଇଥିଲେ ବିସ୍ଥାପିତ ପରିବାର । ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନରେ କାରଖାନା ଫାଟକ ସମ୍ମୁଖରେ ୧୬୩ ଧାରା ଲାଗୁ କରାଯାଇଥିଲା । ଫଳରେ ଆନ୍ଦୋଳନକାରୀ ଭୟଭୀତ ହୋଇ ଆନ୍ଦୋଳନରୁ ଓହରିଯିବେ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସେସବୁକୁ ଖାତିର ନ କରି ଆଜି ସକାଳୁ ଶତାଧିକ ବିସ୍ଥାପିତ ପରିବାରର ମହିଳା ଓ ପୁରୁଷ ବାରଗଡ଼ିଆ ଟୋଲ ଗେଟ୍ ପାଖରେ ଏକତ୍ରିତ ହୋଇ ହାତରେ ଫ୍ଲା-କାର୍ଡ ଧରି ନାରାବାଜି କରିବା ସହିତ କାରଖାନା ବିରୁଦ୍ଧରେ ସ୍ଲୋଗାନ ଦେଇ ଆଗକୁ ବଢ଼ିଥିଲେ । ପୁଲିସ ପକ୍ଷରୁ ସେମାନଙ୍କୁ ବନ୍ଦ କରାଯାଇଥିଲା । ଫଳରେ ପୁଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ପରେ ସେମାନେ ଟୋଲଗେଟ ଫାଟକ ନିକଟରେ ଅର୍ଥାତ କାରଖାନା ଫାଟକର ୫୦୦ ମିଟର ଦୂରତାରେ ରାସ୍ତା ଉପରେ ବସିରହିଛନ୍ତି । ଘଟଣାସ୍ଥଳରେ ୬ ପ୍ଲାଟୁନ ପୁଲିସ, ୫ ଜଣ ମାଜିଷ୍ଟ୍ରେଟ, ୫ ଜଣ ଆଇଆଇସି, କଳିଙ୍ଗନଗର ଏଡିଏମ ସପନ କୁମାର ନନ୍ଦ, କଳିଙ୍ଗନଗର ଏଏସପି ଏସ. ଟପ୍ପୋ, ଜଣେ ଡିଏସପି, କଳିଙ୍ଗନଗର ଭୂ-ଅର୍ଜନ ଅଧିକାରୀ ନମ୍ରତା ମୋଦି ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କ ଦାବିକୁ ନୀଳାଚଳ କର୍ତ୍ତୃପକ୍ଷ ନ ମାନିଛନ୍ତି, ସେ ପର୍ଯ୍ୟନ୍ତ ରାଜରାସ୍ତାରେ ସମସ୍ତେ ଧାରଣାରେ ବସି ରହିବେ ବୋଲି ବିସ୍ଥାପିତ ପରିବାର ଜିଦ୍‌ରେ ଅଟଳ ରହିଛନ୍ତି । ସୂଚନା ମୁତାବକ, ବିସ୍ଥାପିତ ପରିବାରଙ୍କ ଉତ୍ତରାଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିରେ ପରିବାର ଲୋକେ ନୀଳାଚଳ ଇସ୍ପାତ କାରଖାନା ଫାଟକ ସମ୍ମୁଖରେ ଫେବୃଆରୀ ୯ ତାରିଖଠାରୁ ଧାରଣାରେ ବସିରହିଥିଲେ । ୧୨୦ ଦିନ ଧରି ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ ମଧ୍ୟ ନୀଳାଚଳ କର୍ତ୍ତୃପକ୍ଷ ସମାଧାନର କୌଣସି ରାସ୍ତା ବାହାର କରି ନ ଥିଲେ । ଆଗକୁ ନିର୍ବାଚନ ଥିବାରୁ ଜିଲ୍ଲା ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ବୁଝାସୁଝା କରି ଧାରଣାରୁ ଉଠାଇ ଦେଇଥିଲେ । ପରେ ମାସ ମାସ ଧରି ସମୟ ନେଇ ଚାଲିଥିଲା ପ୍ରଶାସନ । ଏହାର ସମାଧାନ ହୋଇ ନ ଥିଲା । ଫଳରେ ସେମାନେ ବାଧ୍ୟ ହୋଇ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୁଣିଥରେ କଳିଙ୍ଗନଗର ଅଶାନ୍ତ ହେବାକୁ ଯାଉଛି । ଆନ୍ଦୋଳନକାରୀଙ୍କ ଗତିବିଧିକୁ ପ୍ରଶାସନ ତୀକ୍ଷ୍‌ଣ ନଜର ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    18.3 ° C
    18.3 °
    18.3 °
    96 %
    1.1kmh
    15 %
    Fri
    27 °
    Sat
    28 °
    Sun
    28 °
    Mon
    28 °
    Tue
    28 °

    ସମ୍ବନ୍ଧିତ