Saturday, September 12, 2026
25.9 C
Odisha

    ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ, ୩ ପ୍ରମୁଖ ଦଳର ପ୍ରାର୍ଥୀ ସ୍ପଷ୍ଟ

    ଆଗକୁ ପଢନ୍ତୁ

    ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ସେମାନଙ୍କ ପ୍ରାର୍ଥୀ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ କଂଗ୍ରେସରୁ କିଏ ହେବେ ପ୍ରାର୍ଥୀ ସେ ନେଇ ଯେଉଁ ଆଶା ଆଶଙ୍କା ରହିଥିଲା ଏବେ ତାହା ସ୍ପଷ୍ଟ ହୋଇଯାଇଛି। ଏଥର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସୁଜିତ ମହାପାତ୍ର। ସୁଜିତ ଜଣେ ଯୁବ ଚେହେରା। ଛାତ୍ର ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିଥିଲେ ସୁଜିତ। ପୂର୍ବରୁ ସେ ପୁରୀ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ସଭାପତି, ପୁରୀ ଲୋକସଭା ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ, ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସମ୍ପାଦକ ଏବଂ ପୂର୍ବତନ ଏଆଇସିସି ସଭ୍ୟ ମଧ୍ୟ ରହିଛନ୍ତି।

    ୨୦୧୯ରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୋପ୍ରସାଦ ମିଶ୍ର କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଦଳ ଏଥର ସୁଜିତ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସୂଚନାଥାଉ କି, ଏହ ନିର୍ବାଚନମଣ୍ଡଳୀରୁ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ବିଜେଡିରୁ ଏବଂ ବିଜେପିରୁ ପୁନର୍ବାର ଜୟନ୍ତ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    97 %
    Sat
    25 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ