Wednesday, May 20, 2026
30.3 C
Odisha

    ପୃଥିବୀ ଆଡକୁ ମାଡିଆସୁଛି ବଡ଼ ବିପଦ,ଆଷ୍ଟ୍ରଏଡ ଧକ୍କାରେ ଧ୍ବଂସ ହୋଇଯିବ ପୃଥିବୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୃଥିବୀ ବାହାରେ ମହାକାଶରେ କିଛି ଭିନ୍ନ ପ୍ରକାରର ଘଟଣା ଘଟି ଚାଲିଛି। କିନ୍ତୁ ଏହି ଘଟଣାଗୁଡ଼ିକ ମଧ୍ୟରୁ କିଛି ପୃଥିବୀକୁ ମଧ୍ୟ ପ୍ରଭାବିତ କରିଥାଏ। କେତେବେଳେ କିଛି ଘଟଣା ପୃଥିବୀର ଅସ୍ତିତ୍ୱ ପାଇଁ ବିପଦ ମଧ୍ୟ ସାବ୍ୟସ୍ତ ହୋଇପାରେ। ମହାକାଶରେ ଏପରି ଅନେକ ଜିନିଷ ଅଛି, ଯାହା ପୃଥିବୀ ଭଳି ଗ୍ରହକୁ କ୍ଷତି ପହଞ୍ଚାଇପାରେ। ଏହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆଷ୍ଟ୍ରଏଡ । ଏହାର ବିପଦ ସର୍ବଦା ପୃଥିବୀବାସୀଙ୍କ ପାଇଁ ରହିଥାଏ।

    ସୂଚନା ମୁତାବକ, ପୁଣି ଏକ ଆଷ୍ଟ୍ରଏଡ ପୃଥିବୀଆଡକୁ ମାଡି ଆସୁଛି। ବୈଜ୍ଞାନିକମାନେ ଏହାର ନାଁ 2024 YR4 ନାମ ଦେଇଛନ୍ତି। କୁହାଯାଉଛି ଯେ, ୨୦୩୨ରେ ଏହି ଆଷ୍ଟ୍ରଏଡ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସର ଜଣେ ଜ୍ୟୋର୍ତିବିଜ୍ଞାନୀ ମଧ୍ୟ ଏହି ଆଷ୍ଟ୍ରଏଡକୁ ପୃଥିବୀ ଆଡକୁ ଗତି କରୁଥିବାର ଦେଖିଛନ୍ତି। 2024 YR4 କୋଡ ନାମ ଥିବା ଏହି ଆଷ୍ଟ୍ରଏଡକୁ ପ୍ରଥମେ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ଲାନେଟାରୀ ପ୍ରତିରକ୍ଷା କାର୍ଯ୍ୟାଳୟ ଦ୍ୱାରା ଆବିଷ୍କାର କରାଯାଇଥିଲା।ମହାକାଶ ସଂସ୍ଥାର ରିପୋର୍ଟ ଅନୁସାରେ, ଏହି ଆଷ୍ଟ୍ରଏଡ ପୃଥିବୀକୁ ଅତିକ୍ରମ କରିବାବେଳେ କେଉଁ ସ୍ଥାନରେ ଅଧିକ ପ୍ରଭାବ ପକାଇବ ତାହା କହିବା କଷ୍ଟକର। ଏହା ପଶ୍ଚିମ-ମଧ୍ୟ ଆମେରିକାରୁ ଉତ୍ତର-ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଏକ ସଂକୀର୍ଣ୍ଣ ଷ୍ଟ୍ରିପରେ କିମ୍ବା କେନ୍ଦ୍ରୀୟ ଆଟଲାଣ୍ଟିକ ମହାସାଗର ଏବଂ ଆଫ୍ରିକାର କିଛି ଅଂଶ ଦେଇ ପୃଥିବୀକୁ ମାଡ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    39 %
    1.4kmh
    20 %
    Tue
    30 °
    Wed
    45 °
    Thu
    45 °
    Fri
    45 °
    Sat
    45 °

    ସମ୍ବନ୍ଧିତ