Saturday, May 2, 2026
25.9 C
Odisha

    ପ୍ରକାଶ ପାଇଲା ଓସିଏସ-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ(ଓସିଏସ)-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତ ଡିସେମ୍ବର ୧୫ ତାରିଖରେ ଓସିଏସ ୨୦୨୩ ପ୍ରାରମ୍ଭିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବା ସହିତ ମୁଖ୍ୟ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ରହିଛନ୍ତି। ପାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ରୋଲ୍‌ ନମ୍ବର ଓପିଏସସି ଓ୍ବେବସାଇଟ www.opsc.gov.inରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଓ୍ବେବସାଇଟରୁ ଜାଣିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    58 %
    2.1kmh
    0 %
    Fri
    26 °
    Sat
    39 °
    Sun
    41 °
    Mon
    41 °
    Tue
    36 °

    ସମ୍ବନ୍ଧିତ