Thursday, April 16, 2026
28.7 C
Odisha

    ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଦହି: ପାଖ ମାଡ଼ିବନି ରୋଗ

    ଆଗକୁ ପଢନ୍ତୁ

    ସାଧାରଣତଃ ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଛନ୍ତି କି ପ୍ରତିଦିନ ଦହି ଖାଉଥିବା ଲୋକଙ୍କ ପାଖ ମାଡ଼ିବନି ରୋଗ।  ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। ଦହିରେ ଥିବା ପୋଟାସିୟମ ପାଚନ ତନ୍ତ୍ର ଠିକ୍‌ରେ କାମ କରିବାରେ ସାହାଯ୍ୟ କରିଥାଏ। ତେଣୁ ଖାଇବାରେ ସାମିଲ କରନ୍ତୁ ଦହି।
    ୧- ଆପଣଙ୍କର ଗ୍ୟାସ୍‌ ପ୍ରୋବ୍ଲେମ୍‌ ଥିଲେ ଖାଇବା ପରେ ଏକ ଗିନା ଦହି ଖାଆନ୍ତୁ।

    ୨-ଏହାକୁ ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଫଳରେ ବହୁ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।

    ୩- ଖାଇବା ପରେ ଦହି ଖାଇବା ପାଚନ ତନ୍ତ୍ର ଠିକ୍‌ ଭାବେ କାମ କରିଥାଏ।

    ତ୍ୱଚା ଲାଗି ଲାଭଦାୟକ : –

    ୧- ଦହି ତ୍ୱଚା ଆଉ କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ।

    ୨- ଦହିରେ ବେସନ ମିଶାଇ ଲଗାଇବା ଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ।

    ୩- ବୟସାଧୀକ ପ୍ରଭାବରେ ଚେହେରାରେ ପଡୁଥିବା ଭାଙ୍ଗ ମଧ୍ୟ ଦହି ବ୍ୟବହାର ପରେ ବହୁତ କମ୍‌ ହୋଇଯାଇଥାଏ।

    ୪- ଏହାକୁ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ।

    ୫-ଦହିରେ କ୍ୟାଲସିୟମ ଅଛି। ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ।

    ୬- ଏହାବ୍ୟତୀତ ଦହି ଆପଣଙ୍କ ଦାନ୍ତ ଓ ନଖକୁ ମଧ୍ୟ ଶକ୍ତ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    47 %
    2.2kmh
    0 %
    Wed
    29 °
    Thu
    43 °
    Fri
    43 °
    Sat
    43 °
    Sun
    44 °

    ସମ୍ବନ୍ଧିତ