Monday, April 13, 2026
36.6 C
Odisha

    ପ୍ରିୟଙ୍କା ସେନାପତି-ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣା: ଚତୁର୍ଥ ଦିନରେ ପହଞ୍ଚିଲା ତଦନ୍ତ

    ଆଗକୁ ପଢନ୍ତୁ

    ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କ ସହ ଗିରଫ ଅଭିଯୁକ୍ତ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାର ତଦନ୍ତ ଚତୁର୍ଥ ଦିନରେ ପହଞ୍ଚିଛି।ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ପୁରୀ ଏସପିଙ୍କ ସୂଚନା ଅନୁଯାୟୀ,ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି।ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣା ହିସାର ପୁଲିସକୁ ସବୁ ପ୍ରକାର ସହଯୋଗ କରୁଛି ଜିଲ୍ଲା ପୁଲିସ ପ୍ରଶାସନ ।ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ, କଣ କଣ ପୋଷ୍ଟ କରିଥିଲେ, କଣ କଣ ଡିଲିଟ୍ କରିଛନ୍ତି ,ତାଙ୍କର କଲ୍ ଡିଟେଲ ରେକର୍ଡ,ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ପ୍ରିୟଙ୍କା ପୁରୀରେ ଅଛନ୍ତି। ପ୍ରିୟଙ୍କା ଓ ଜ୍ୟୋତି ପୁରୀର କେଉଁ କେଉଁ ସ୍ଥାନରେ କେଉଁଆଡ଼େ ଯାଇଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ