Saturday, October 3, 2026
23.8 C
Odisha

    ଫୁଟ୍‌ପାଥରେ ଶୋଇଥିବା ବେଳେ ଡମ୍ପର୍‌ ଚଢ଼ି ୨ ଶିଶୁଙ୍କ ସମେତ ୩ ମୃତ

    ଆଗକୁ ପଢନ୍ତୁ

    ପୁଣେ: ପୁଣେରେ ସୋମବାର ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି। ଫୁଟ୍‌ପାଥରେ ଶୋଇଥିବା ବେଳେ ଏକ ଡମ୍ପର୍‌ ଚଢ଼ିଯିବାରୁ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି। ଫୁଟ୍‌ପାଥରେ ପ୍ରାୟ ୯ ଜଣ ଲୋକ ଶୋଇଥିବା ବେଳେ ପୁଣେରୁ ଏକ ଘରୋଇ କମ୍ପାନିର ଡମ୍ପର ସେଇ ବାଟ ଦେଇ ଯାଉଥିଲା। ସେଠାରେ ଥିବା ସମସ୍ତ ଶ୍ରମିକ ଶୋଇଥିବା ବେଳେ ଡମ୍ପରଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ସଂପୃକ୍ତ ଘଟଣାର ଏ‌କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଡମ୍ପର ଚାଳକ ଜଣକ ନିଶାସକ୍ତ ଥିଲେ ବୋଲି ପୁଲିସ୍‌ ସୂଚନା ଦେଇଛି। ନିଶାସକ୍ତ ଡ୍ରାଇଭର୍କୁ ପୁଲିସ୍‌ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ