Monday, September 21, 2026
24 C
Odisha

    ଫେଙ୍ଗ୍‌ଶୁଇ Tips: ଭାଗ୍ୟ ବଦଳାଇଦିଏ ୱିଣ୍ଡ୍ ଚାଇମ୍‌

    ଆଗକୁ ପଢନ୍ତୁ

    ଚୀନ ବାସ୍ତୁଶାସ୍ତ୍ରରେ ‘ଫେଙ୍ଗ୍‌ଶୁଇ’ର ବହୁତ ମହତ୍ୱ ରହିଛି। ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ।ଜୀବନରେ ସଫଳତା ମିଳିବା ସହ ପ୍ରଗତିର ନୂତନ ପଥ ଖୋଲିଥାଏ।ବାସ୍ତୁଶାସ୍ତ୍ର ପରି ଫେଙ୍ଗ୍‌ଶୁଇ ଉପାୟ ଗୁଡ଼ିକୁ ମଧ୍ୟ ଲୋକମାନେ ଆପଣାଇଥାନ୍ତି ତେବେ ଆସନ୍ତୁ ଜାଣିବା ଫେଙ୍ଗ୍‌ଶୁଇ ଦ୍ୱାରା କିପରି ଭାଗ୍ୟ ଉଦୟ ହୋଇପାରିବ:-

    ବାଉଁଶ ଗଛ: ଫେଙ୍ଗ୍‌ଶୁଇରେ ବାସ୍ତୁଦୋଷ ଦୂର କରିବା ପାଇଁ ବାଉଁଁଶ ଗଛର ବ୍ୟବହାର କରାଯାଇଥାଏ। ଫେଙ୍ଗ୍‌ଶୁଇ ବାସ୍ତୁ ଅନୁସାରେ ବାଉଁଶ ଗଛ ଧନ ସମ୍ପତ୍ତିକୁ ଆକର୍ଷିତ କରିଥାଏ।ଏହା ଜୀବନରେ ଆର୍ଥିକ ସଙ୍କଟ ଦୂର କରିବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ। ଏହି ବାଉଁଶ ଗଛକୁ କାର୍ଯ୍ୟାଳୟ କିମ୍ବା ବ୍ୟବସାୟୀକ ସ୍ଥାନରେ ବ୍ୟବହାର କରିପାରିବା। ତେବେ ବାଉଁଶ ଗଛକୁ ପୂର୍ବ କିମ୍ବା ଦକ୍ଷିଣ- ପୂର୍ବ ଦିଗରେ ରଖିବା ଶୁଭଫଳ ଦେଇଥାଏ।

    ଫେଙ୍ଗ୍‌ଶୁଇ ବେଙ୍ଗ: ଘରର ଲିଭିଂ ରୁମର ଦକ୍ଷିଣ ପୂର୍ବ ଦିଗରେ ଫେଙ୍ଗ୍‌ଶୁଇ ବେଙ୍ଗ ରଖିବା ଉଚିତ। ବିଶେଷକରି ୩ ଗୋଡ଼ିଆ ଫେଙ୍ଗ୍‌ଶୁଇ ବେଙ୍ଗ ଘରର ମୁଖ୍ୟଦ୍ୱାର ପାଖରେ ରଖିବା ଶୁଭଫଳ ଦେଇଥାଏ।ବେଙ୍ଗକୁ ସବୁବେଳେ ଟିକେ ଉଚ୍ଚ ସ୍ଥାନରେ ରଖନ୍ତୁ। ଏହାକୁ ରୋଷେଇ ଘରେ, ବାଥରୁମ୍ ବା ନୀଚ ସ୍ଥାନରେ ରଖିବା ବର୍ଜନୀୟ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ।ଘରର ସକାରାତ୍ମକ ଶକ୍ତି ବାହାରକୁ ଯାଇନଥାଏ। ବେଙ୍ଗକୁ ସୌଭାଗ୍ୟର ପ୍ରତିକ ଭାବେ ଜଣାଯାଏ। ଏହାକୁ ଘରେ ରଖିଲେ ଧନ ସମ୍ପତ୍ତିରେ ବୃଦ୍ଧି ହେବା ସହ କ୍ୟାରିୟରରେ ସଫଳତା ମିଳିଥାଏ।

    ଲାଫିଙ୍ଗ୍ ବୁଦ୍ଧ: ଘରେ ଲାଫିଙ୍ଗ୍ ବୁଦ୍ଧର ମୂର୍ତ୍ତି ରଖିଲେ ବା ଫଟୋ ଲଗାଇବା ଶୁଭଫଳ ଦେଇଥାଏ। ଘରର ପ୍ରବେଶ ଦ୍ୱାର ସାମ୍ନାରେ ରଖିବା ଉଚିତ। ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ଲାଫିଙ୍ଗ୍ ବୁଦ୍ଧର ମୂର୍ତ୍ତି ରଖିବା ଶୁଭ ହୋଇଥାଏ।

    ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିରେ ଭରିଥାଏ। ପିଲାମାନଙ୍କ ପଢ଼ା ଘରେ ଲାଫିଙ୍ଗ୍ ବୁଦ୍ଧ ରଖିଲେ ଏକାଗ୍ରତା ବୃଦ୍ଧି ହୋଇଥାଏ।

    ବ୍ୟବସାୟରେ ଦେବାଳିଆ ସ୍ଥିତି ଠାରୁ ଦୂରେଇ ରହିବା ପାଇଁ ଦୁଇ ହାତ ଉପରକୁ ଉଠା ହୋଇଥିବା ଲାଫିଙ୍ଗ୍ ବୁଦ୍ଧ କାର୍ଯ୍ୟାଳୟରେ ରଖନ୍ତୁ। ଏହି ମୁଦ୍ରା ଧନ ଏବଂ ସୌଭାଗ୍ୟର ପ୍ରତୀକ।

    ପୂର୍ବ ଦିଗରେ ଲାଫିଙ୍ଗ୍ ବୁଦ୍ଧ ରଖିବା ଶୁଭ ଫଳ ଦେବା ସହ ବ୍ୟାପାରରେ ବୃଦ୍ଧି କରାଇଥାଏ।

    ପବନ ଘଣ୍ଟିକା: ଚାକିରି କିମ୍ବା ବ୍ୟବସାୟରେ ସଫଳତା ମିଳୁନଥିଲେ ଘରେ ସୁନ୍ଦର ପବନ ଘଣ୍ଟିକା (ୱିଣ୍ଡ୍ ଚାଇମ୍‌) ଲଗାନ୍ତୁ। ଘରର ପଶ୍ଚିମ ବା ଉତ୍ତର ଦିଗରେ ଲଗାଇବା ଉଚିତ।

    ଆପଣ କାଠର ପବନ ଘଣ୍ଟିକା ବ୍ୟବହାର କରୁଥିଲେ ପୂର୍ବ ବା ଦକ୍ଷିଣ ଦିଗରେ ଲାଗାଇପାରନ୍ତି। ମୁଖ୍ୟ ଦ୍ୱାର, ଝରକା ପାଖରେ ବା ବାଲକୋନୀରେ ପବନ ଘଣ୍ଟିକା ଲଗାଇବା ଉଚିତ। ଏହା ଦ୍ୱାରା ଚାକିରି ଏବଂ ବ୍ୟବସାୟରେ ପ୍ରଗତିର ପଥ ଖୋଲିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ