Saturday, May 30, 2026
30.1 C
Odisha

    ଫେବୃଆରୀ ୧୨ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକାରୁ ଭାରତୀୟଙ୍କ ନିର୍ବାସନକୁ ନେଇ ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ ଓ ୧୩ ତାରିଖରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଚୂଡାନ୍ତ ହୋଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରିଙ୍କ ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଏହି ଦୁଇ ଦିନିଆ ଆମେରିକା ଗସ୍ତ କରୁଥିବା ସେ କହିଛନ୍ତି। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ମୋଦୀଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଆଲୋଚନା ହେବ। ଏହି ସାକ୍ଷାତ କାଳରେ ମୋଦୀ ଟିକସ କଟକଣା ସମ୍ପର୍କରେ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା କରିବେ। ଜାନୁଆରୀ ୨୦ରେ ଟ୍ରମ୍ପ ତାଙ୍କର ଦ୍ବିତୀୟ ପାଳି ସରକାର ଆରମ୍ଭ କରିଥିବାବେଳେ ପ୍ରଥମ ବିଦେଶୀ ନେତା ଭାବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କୁ ବୁଧବାର ସାକ୍ଷାତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ