Friday, May 1, 2026
35.8 C
Odisha

    ଫ୍ରେଡ୍‌ରିକ୍ ମର୍ଜ ଜର୍ମାନୀ ନୂଆ ଚାନ୍‌‌ସେଲର

    ଆଗକୁ ପଢନ୍ତୁ

    ବର୍ଲିନ : ଜର୍ମାନୀ ସାଧାରଣ ନିର୍ବାଚନରେ କଞ୍ଜରଭେଟିଭ ଦଳର ବିଜୟ ହୋଇଛି। ବିଜୟ ପରେ ଫ୍ରେଡ୍‌ରିକ୍ ମର୍ଜ ଚାନ୍‌‌ସେଲର ହେବାର ରାସ୍ତା ପରିସ୍କାର ହୋଇଯାଇଛି। ସୋସିଆଲ ଡେମୋକ୍ରେଟିକ ଦଳ ପରାଜୟ ସ୍ୱୀକାର କରିଥିବାବେଳେ ଫ୍ରେଡ୍‌ରିକ୍ ମର୍ଜ ଖୁବ ଶୀଘ୍ର ନୂଆ ସରକାର ଗଠନ କରିବେ ବୋଲି ସୂଚନା ମିଳିଛି। ଜର୍ମାନୀର ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ୟୁନିଅନ୍ ଦେଶର ସାଧାରଣ ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇ ବିଜୟୀ ହେବ ପରେ ଫ୍ରେଡ୍‌ରିକ୍ ମର୍ଜ ଦେଶର ନେତୃତ୍ୱ ନେବାକୁ ଯାଉଛନ୍ତି। ତାଙ୍କ ପାର୍ଟି ଓଲାଫ ସ୍କୋଲଜଙ୍କ ବାମପନ୍ଥୀ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି (ଏସପିଡି)କୁ ପରାସ୍ତ କରିଛି। ତାଙ୍କ ପାର୍ଟି ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ୟୁନିଅନ୍ (ସିଡିୟୁ) ଏବଂ ଖ୍ରୀଷ୍ଟିଆନ ସୋସିଆଲ୍ ୟୁନିଅନ୍ (ସିଏସୟୁ)କୁ ନେଇ ଗଠିତ ହୋଇଥିବାବେଳେ ଏହା ୨୮.୫ ପ୍ରତିଶତ ଭୋଟ୍ ଜିତିଛି। ରବିବାର ସନ୍ଧ୍ୟାରେ ତାଙ୍କ ଦଳ ଏକ ବଡ଼ ବିଜୟ ଆଡକୁ ଯାଉଥିବାବେଳେ ମର୍ଜ ତାଙ୍କ ସମର୍ଥକଙ୍କୁ କହିଥିଲେ ଯେ ଜର୍ମାନୀ ପୁଣି ଥରେ ନିର୍ଭରଯୋଗ୍ୟ ଭାବରେ ପରିଚାଳିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.8 ° C
    35.8 °
    35.8 °
    29 %
    3.2kmh
    28 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ