Thursday, April 30, 2026
30.5 C
Odisha

    ବଜେଟ୍‌ ପାଇଁ ସମସ୍ତେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍‌ ବଜେଟ୍‌ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆସନ୍ତା ଫେବ୍ରୁଆରି ୧୭ ତାରିଖରେ ବଜେଟ୍‌ ପାଇଁ ଆଲୋଚନା ହୋଇଛି। ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞମାନେ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ଜନସାଧାରଣ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ। ରାଜ୍ୟ ସରକାର ଦେଢ଼ ଲକ୍ଷ ନିଯୁକ୍ତି ନେଇ ପ୍ରତିଶ୍ରୁତି ରଖିଥିଲେ। ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷ ଭାବେ ଆଇଟି, ପେଟ୍ରୋ କେମିକାଲ ଓ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌କୁ ଗୁରୁତ୍ବ ଦିଆଯାଉଛି।ଏହି ବୈଠକରେ ଅର୍ଥନୀତି ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ମତାମତ ବି ଲୋଡାଯାଇଛି। ୨୦୨୪-୨୦୨୫ ବର୍ଷରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ହୋଇଥିବା ବେଳେ ଏଥର ପରିମାଣ ବଢିପାରେ ବୋଲି ଅନୁମାନ କରାଯାଉଛି। ଫେବୃଆରୀ ୧୩ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ୧୭ ତାରିଖରେ ବଜେଟ ଉପସ୍ଥାପନ ହେବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ୍ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.5 ° C
    30.5 °
    30.5 °
    36 %
    2.4kmh
    61 %
    Wed
    30 °
    Thu
    43 °
    Fri
    41 °
    Sat
    42 °
    Sun
    42 °

    ସମ୍ବନ୍ଧିତ