Sunday, April 19, 2026
28.9 C
Odisha

    ବଡ଼ ପରଦାକୁ ଫେରୁଛନ୍ତୁ ସୀତାରାମ୍ ଅଗ୍ରୱାଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ରକୁ ନୂଆ ରୂପ ଦେଇ ଆସିଥିବା ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍ ପୁଣି ବଡ ପରଦାକୁ ଫେରୁଛନ୍ତି। ଆଉ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ‘ଛି’ରେ ନନି’ ସହିତ ଦମଦାର କମ ବ୍ୟାକ କରୁଛନ୍ତି ସୀତାରାମ। ଆସନ୍ତା ଅଗଷ୍ଟ ୧ରେ ଓଡ଼ିଶାର ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଛି’ରେ ନନି’। ଚଳଚ୍ଚିତ୍ରର କାହାଣୀ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ନୂତନ ପିଢ଼ୀର ରୋମାଣ୍ଟିକ୍ ଫିଲ୍ମ ହିସାବରେ ନିରୀହ ପ୍ରେମ, ଗ୍ରାମ୍ୟ ବାସ୍ତବତା ଓ ହୃଦୟ ବିଦାରକ ନାଟକୀୟତାକୁ ଏକତ୍ର କରି ଦେଖାଉଛି ‘ଛି’ରେ ନନି’ ଚଳଚ୍ଚିତ୍ର, ଯେଉଁଠି ପରିବାର ଓ ଭାଗ୍ୟକୁ ଅସ୍ୱୀକାର କରେ ପ୍ରେମ। ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଶିବାନୀ ସଙ୍ଗୀତା, ଶୈଳେନ୍ଦ୍ର ଓ ଦିପନ୍ୱିତ। ଅନ୍ୟପକ୍ଷରେ, ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ଭାଇରାଲ ଗୀତ ‘ଛି ଛି ଛିରେ ନନୀ ଛି’କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    46 %
    0.5kmh
    100 %
    Sun
    43 °
    Mon
    44 °
    Tue
    44 °
    Wed
    43 °
    Thu
    44 °

    ସମ୍ବନ୍ଧିତ