Thursday, April 30, 2026
26.9 C
Odisha

    ବାଣ ବିସ୍ଫୋରଣ : କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ

    ଆଗକୁ ପଢନ୍ତୁ

    ହରଭଙ୍ଗା : ଗତ ରବିବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା। ଗତ ସୋମବାର ରାଜୁ ଭାଇ ଢୋଲକିଆଙ୍କ ମୃତାହକର୍ମରୁ ଫେରିବା ପରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ସିଧାସଳଖ ଭାବେ ଜିଆଁକଟା ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ଭେଟି ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ । ଘଟଣାସ୍ଥଳର ଅବସ୍ଥା ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ସହ ଏ ସମ୍ପର୍କ ରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଏବଂ ପୁରୁଣା କଟକ ସରପଞ୍ଚ ଅଶୋକ ସେଠିଙ୍କ ସହ ସମସ୍ତ ପ୍ରକାର ସହାୟତା ଓ ସୁବିଧା ସୁନିଶ୍ଚିତ କରିବାକୁ ଆଲୋଚନା କରିଥିବା ଜଣାପଡିଛି। ତେବେ ଗସ୍ତ ସମୟରେ ସୁବୋଧ କୁମାର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ଲିଟୁ ଦେହୁରୀ ପ୍ରମୁଖ ତାଙ୍କ ସହିତ ସାମିଲ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.9 ° C
    26.9 °
    26.9 °
    67 %
    6.2kmh
    73 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ