Sunday, May 31, 2026
35.2 C
Odisha

    ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

    ଆଗକୁ ପଢନ୍ତୁ

    ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ଗୁଳି ବିନିମୟରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଛି। ମୃତ ଜେଡିୟୁ ନେତାଙ୍କ ମୃତଦେହ ଶବବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ।

    ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପୁନପୁନରେ ଆୟୋଜିତ ଏକ ବିବାହ ସମାରୋହରୁ ଫେରୁଥିବା ବେଳେ ଭୋରୁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ରାଜନୈତିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପାଟଲିପୁତ୍ରରୁ ଆରଜେଡି ପ୍ରାର୍ଥୀ ଏବଂ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ପୁନପୁନରେ ପହଞ୍ଚି ସୌରଭ କୁମାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ତଦନ୍ତ ପାଇଁ ପାଟନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.2 ° C
    35.2 °
    35.2 °
    41 %
    1.9kmh
    56 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ