Wednesday, December 10, 2025
19.6 C
Odisha

    ବିଜେଡିରେ ଯୋଗଦେଲେ ମୋହନାର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ବାସନ୍ତୀ ମଲ୍ଲିକଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

    ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବାସନ୍ତୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଁ ୨୦୧୪ରୁ ୨୦୧୯ ବିଧାୟିକା ଥିଲାବେଳେ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ଲୋକମାନଙ୍କର ସହିତ ସମସ୍ତ ପ୍ରକାର ଜନମଙ୍ଗଳ ଯୋଜନାରେ ନିଜକୁ ସାମିଲ କରିଥିଲି। କିନ୍ତୁ ୨୦୧୯ ନିର୍ବାଚନ ବେଳେ ଗୋପାଳପୁରର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ହେଲା ପରେ ଚକ୍ରାନ୍ତ କରି ମୋର ଟିକେଟ କାଟିଥିଲେ। ଯାହା ଫଳରେ ଦଳକୁ ମଧ୍ୟ ପରାଜୟ ବରଣ କରିବାକୁ ପଡ଼ିଲା। ଏଥିରେ ମର୍ମାହତ ହୋଇ ବିଜେପିରେ ଯୋଗଦାନ କରିଥିଲି। କିନ୍ତୁ ଯେତେବେଳେ ଦେଖିଲି ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବ୍ୟକ୍ତି ଯିଏ ଚାକିରି କରାଇ ଦେବା ନାଁରେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଖାଇଥିଲେ, ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ, କୋଭିଡ୍‌ ମହାମାରୀ ବେଳେ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    39 %
    1.2kmh
    100 %
    Wed
    26 °
    Thu
    26 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ