Thursday, April 16, 2026
29.3 C
Odisha

    ବିଜେପିକୁ ଚେତାଇଲେ ଗଡ଼କରୀ: ‘କଂଗ୍ରେସ ଭଳି ଭୁଲ୍‌ କଲେ ପ୍ରତ୍ୟାଖ୍ୟାତ ହେବ

    ଆଗକୁ ପଢନ୍ତୁ

    କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ବଡ ମନ୍ତବ୍ୟ ଦେବା ସହିତ ପରୋକ୍ଷରେ ଚେତାବନୀ ଜାରି କରିଛନ୍ତି। କଂଗ୍ରେସ ଯେଉଁ ଭୁଲ୍‌ କରି ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା ବିଜେପି ସେଭଳି ଭୁଲ୍‌ ନ କରୁ। ନଚେତ୍‌ ଆଗାମୀ ଦିନରେ ବିଜେପିକୁ କଂଗ୍ରେସ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ଗଡ଼କରୀ ଚେତାଇ ଦେଇଛନ୍ତି। ବିଶେଷକରି ବିଜେପିର ଧର୍ମ ଏବଂ ସାଂପ୍ରଦାୟିକ ରାଜନୀତିକୁ ପରୋକ୍ଷରେ ଇଙ୍ଗିତ କରି ସେ କହିଛନ୍ତି ଯେ, ଆମକୁ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ କରିବାକୁ ହେବ ଏବଂ ଏଥିପାଇଁ ଆମର ସୁଚିନ୍ତିତ ଯୋଜନା ରହିବା ଉଚିତ୍। ସାମାଜିକ ଓ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ ଏବଂ ଏହାକୁ ଆଗାମୀ ଦିନରେ ଦଳୀୟ କର୍ମୀମାନେ ଅନୁଭବ କରିବା ଜରୁରୀ। ମୁଁ ଜାତି କିମ୍ବା ଧର୍ମ ରାଜନୀତିକୁ ପସନ୍ଦ କରେ ନାହିଁ। ଯିଏ ଜାତି କଥା କହିବ, ମୁଁ ତାକୁ ଦୃଢ଼ ଭାବେ ବିରୋଧ କରିବାକୁ ପଛାଇବି ନାହିଁ। ଜଣେ ବ୍ୟକ୍ତି ନିଜର ବ୍ୟକ୍ତିତ୍ବ ଏବଂ ମୂଲ୍ୟବୋଧ ଦ୍ୱାରା ପରିଚିତି ଲାଭ କରିଥାଏ, କିନ୍ତୁ ଜାତି ଦ୍ୱାରା ନୁହେଁ । ତେଣୁ ଆମକୁ ସେଭଳି ନୀତି ଓ ଆଦର୍ଶରେ ଚାଲିବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ପ୍ରମୁଖ ସଦସ୍ୟ ଭାବେ ଗଡ଼କାରୀଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ତୁଙ୍ଗ ନେତାଙ୍କ ପ୍ରତି ପରୋକ୍ଷରେ ଉଦ୍ଦିଷ୍ଟ ବୋଲି ବିଭିନ୍ନ ମହଲରେ ବିବେଚନା କରାଯାଉଛି। ଆଗକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ରହିଥିବାରୁ ଗଡ଼କରୀଙ୍କ ମନ୍ତବ୍ୟ ଗୁରୁତ୍ବ ବହନ କରୁଛି।

    ପାଣାଜୀଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ଗଡକରୀ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସ୍ମରଣ କରିବା ସହିତ ତାଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ, ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ। ଆମେ ଅନ୍ୟ ଦଳଠାରୁ କେତେ ଭିନ୍ନ ତାହାକୁ ବୁଝିବା ସହିତ ସେହି ନୀତିରେ କାର୍ଯ୍ୟ କରିବାକୁ ପଡ଼ିବ। ବିଜେପିର ଭିନ୍ନ ଏବଂ ସ୍ବତନ୍ତ୍ର ଚିନ୍ତାଧାରାକୁ ନେଇ ଦେଶବାସୀଙ୍କ ରହିଥିବା ବିଶ୍ବାସ ଆଜି ଦଳକୁ କ୍ଷମତାଶୀଳ କରିପାରିଛି। ସେଥିପାଇଁ ଆମେ ଲୋକଙ୍କ ବିଶ୍ବାସକୁ ନେଇ ବାରମ୍ବାର ବିଜୟୀ ହୋଇ ଆସୁଛୁ। କିନ୍ତୁ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.3 ° C
    29.3 °
    29.3 °
    53 %
    2.6kmh
    13 %
    Thu
    30 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ