Saturday, July 4, 2026
25.3 C
Odisha

    ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଛନ୍ତି।

    ସୁଚନାନୁଯାୟୀ, ଅଭିରାମ ଓ ଉତ୍ତମ ତାମିଲନାଡୁର ଧର୍ମପୁରୀ ଜିଲ୍ଲା ଅନ୍ତର୍ଗତ କୋଟାପଟ୍ଟି ଥାନା ଅଧୀନସ୍ଥ ଏସକେଏମ ଏନିମଲ ଫିଡ ଏଣ୍ଡ ଫୁଡ୍ ଇଣ୍ଡିଆ ଭିଏସ ଲିମିଟେଡରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ କୌଣସି କାରଣରୁ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଥିଲା। ତାମିଲନାଡୁରୁ ସିନ୍ଧେକେଲା ପୁଲିସକୁ ଯୋଗାଯୋଗ କରାଯାଇଥିଲା। ଘଟଣାକୁ ନେଇ ମୃତକଙ୍କ ପରିବାରକୁ ଜଣାଇବା ପାଇଁ ଯୋଗାଯୋଗ କରାଯାଇଥିବା ସୁଚନା ମିଳିଛି। ତେବେ ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଓଡ଼ିଶାକୁ ଉଭୟଙ୍କ ମୃତଶରୀର ପଠାଯିବ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    25.3 ° C
    25.3 °
    25.3 °
    93 %
    2.4kmh
    100 %
    Sat
    25 °
    Sun
    26 °
    Mon
    28 °
    Tue
    31 °
    Wed
    31 °

    ସମ୍ବନ୍ଧିତ