Monday, May 25, 2026
40.4 C
Odisha

    ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି,ବଢ଼ିବନି ବିଜୁଳି ଦର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ଚଳିତବର୍ଷ କୌଣସି ବିଦ୍ୟୁତ୍ ଦେୟ ବୃଦ୍ଧି ପାଇବ ନାହିଁ। ୨୦୨୫-୨୬ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ଏଥିନେଇ ସୋମବାର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଏ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଘରୋଇ ଉପଭୋକ୍ତା ଅଧିକ ଦେୟ ଦେବେ ନାହିଁ। ବିଦ୍ୟୁତ୍ ଦର ଅପରବର୍ତ୍ତିତ ରହିବା ସହିତ ଘରୋଇ ଉପଭୋକ୍ତାଙ୍କଠାରୁ ସ୍ମାର୍ଟ ମିଟର ନାଁରେ ଘରୋଇ କମ୍ପାନୀ ଚଳାଇଥିବା ଶୋଷଣ ଉପରେ ଓଇଆରସି ଅଙ୍କୁଶ ଲଗାଇଛି। ମାସିକ ୨କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କଠାରୁ ବିଦ୍ୟୁତ୍ ବିତରଣ କମ୍ପାନୀ ୬୦ଟଙ୍କା ମିଟର ଭଡ଼ା ବାବଦରେ ନେଉଥିଲା। ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏଣିକି ମାସିକ ୬୦ଟଙ୍କା ମିଟର ଭଡା ଦେବେନାହିଁ। ୨କିଲୋୱାଟରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମାସିକ ମିଟର ଭଡା ୬୦ଟଙ୍କା ଦେୟ ଦେବାକୁ ହେବ। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଓଇଆରସି ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଡିଜିଟାଲ ପେମେଣ୍ଟ ମାଧ୍ୟମରେ ମାସିକ ବିଦ୍ୟୁତ୍ ବିଲ୍‌ ପୈଠ କରୁଥିବା ଉପଭୋକ୍ତାଙ୍କୁ ବିଲ୍ ଉପରେ ପୂର୍ବପରି ୪% ରିଆତି ଜାରି ରହିବ। ସେହିପରି କାଗଜ ଛାଡ଼ି ଇ-ବିଲ୍‌ ନେଉଥିବା ଉପଭୋକ୍ତାଙ୍କୁ ୧୦ଟଙ୍କା ରିଆତି ମିଳିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଭି(ଇଲୋକଟ୍ରୋନିକ ଭେଇକିଲ) ଚାର୍ଜିଂ ପାଇଁ ୟୁନିଟ୍‌ ପିଛା ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ପ୍ରି-ପେଡ୍‌ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିଆତି ମିଳିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି। ଧାର୍ଯ୍ୟ ସମୟରେ ବିଲ୍‌ ଦେଉଥିବା ଘରୋଇ ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ୧୦ ପଇସା, କୃଷି କ୍ଷେତ୍ରରେ ଚାଷୀଙ୍କୁ ୟୁନିଟ୍ ପିଛା ୨୦ପଇସା ରିଆତି ମିଳିବ ବୋଲି ଓଇଆର୍‌ସି ଘୋଷଣା କରିଛି।

    ସୂଚନାଯୋଗ୍ୟ, ୨୦୨୧-୨୨ରୁ ଓଇଆରସି ବିଦ୍ୟୁତ ଶୁଳ୍କରେ କୌଣସି ବୃଦ୍ଧି କରିନାହିଁ। ରାଜ୍ୟରେ ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚରେ ବିଦ୍ୟୁତ୍‌ ଦର ବୃଦ୍ଧି ପାଇଥିଲା। ୨୦୨୨ ଓ ୨୦୨୩ରେ ଶୁଳ୍କ ଅପରିବର୍ତ୍ତିତ ଥିବାବେଳେ ୨୦୨୪ରେ ତତ୍‌କାଳୀନ ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୧୦ ପଇସା ଶୁଳ୍କ ହ୍ରାସ କରିଥିଲେ। ବର୍ତ୍ତମାନ ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପାଇଁ ପ୍ରତି ୟୁନିଟ୍‌କୁ ୨ ଟଙ୍କା ୯୦ ପଇସା ଲେଖାଏଁ, ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଓ ୨୦୦-୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୬ ଟଙ୍କା ୧୦ ପାଇସା ପ୍ରଦାନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    19 %
    2.7kmh
    44 %
    Mon
    36 °
    Tue
    45 °
    Wed
    46 °
    Thu
    47 °
    Fri
    45 °

    ସମ୍ବନ୍ଧିତ