Sunday, March 15, 2026
22.3 C
Odisha

    ବିଭିନ୍ନ ମାନଦଣ୍ଡ ଯୋଗୁଁ ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବେ ରାଜ୍ୟର ଅନେକ ମହିଳା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ, କର୍ମକର୍ତ୍ତା ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ ଏବଂ ଏହାକୁ ସେମାନେ ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ। ଦୁଃଖର ବିଷୟ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଡବଲ ଇଞ୍ଜିନ ସରକାର ଆଜି ପ୍ରତାରଣା କରିଛି। ୧୮ରୁ ୨୧ ଏବଂ ୬୦ରୁ ୮୦ ବର୍ଷ ବୟସର ମହିଳାଙ୍କୁ ଯୋଜନାରୁ କେଉଁ ଆଧାରରେ ବାଦ୍‌ ଦିଆଯାଇଛି ? ବିଭିନ୍ନ ମାନଦଣ୍ଡ ସ୍ଥିର କରି ପ୍ରାୟ ୧ କୋଟି ମହିଳାଙ୍କୁ ବାଦ୍‌ ଦେବା ତଥା ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଏବେ ଭଣ୍ଡାଉଛନ୍ତି। ମହିଳାଟିଏ ଭାବିଥିଲା ଏକକାଳୀନ ୫୦ ହଜାର କିମ୍ବା ୨୫ ହଜାର ଟଙ୍କା ପାଇଲେ କୌଣସି କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ବ୍ୟବସାୟଟେ କରି ସ୍ୱାବଲମ୍ବୀ ହେବ ଅଥବା ନିଜ ପରିବାରର କୌଣସି ଆବଶ୍ୟକତାଟିଏ ପୂରଣ କରିପାରିବ। ୫ ହଜାର ଟଙ୍କାରେ ମହିଳା କ’ଣ ଉଦ୍ୟୋଗୀ ହୋଇପାରିବେ କି ? ଏତିକି ଟଙ୍କାରେ ମହିଳାମାନେ କିପରି ସଶକ୍ତ ହେବେ, ଏହା କ’ଣ ମହିଳାଙ୍କୁ ପ୍ରତାରଣା ନୁହେଁ କି ? ମା’ ସୁଭଦ୍ରାଙ୍କ ନାଁ ନେଇ ମା’ମାନଙ୍କୁ ଠକୁଛି ବିଜେପି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    59 %
    1.9kmh
    0 %
    Sun
    38 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ