Sunday, September 20, 2026
24.1 C
Odisha

    ବିମାନ ବନ୍ଦରରେ ଗିରଫ ହେଲେ ମାଲାଲାୟମ ଅଭିନେତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଶାସକ୍ତ ଅବସ୍ଥାରେ ହାଇଦରାବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ହଙ୍ଗାମା କରିବାକୁ ପୁଲିସ ମାଲାଲାୟମ ଅଭିନେତା ବିନାୟକନଙ୍କୁ ଗିରଫ କରିଛି। ବିନାୟକନ ଏକ ଇଣ୍ଡିଗୋ ବିମାନରେ କୋଚିରୁ ଆସି ଏଠାରେ ପହଞ୍ଚିବା ପରେ ଗୋଆ ଯାଇଥାଆନ୍ତେ। କିନ୍ତୁ ଗୋଆ ଯିବାକୁ ବିମାନ ବିଳମ୍ବ ଥିଲା ବେଳେ ବିନାୟକନ ଜଣେ ଗେଟ କର୍ମଚାରୀଙ୍କ ସହ ଝଗଡ଼ା କରିଥିଲେ। ମଦ୍ୟପାନ କରିଥିବା ବିନାୟକନ ବହୁ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କିଛି ସମୟ ପାଇଁ ହଙ୍ଗାମା କରିଥିଲେ। ଏହାପରେ ସିଆଇଏସଏଫ ତାଙ୍କୁ କାବୁ କରି ଗିରଫ କରିଥିଲା ବୋଲି ଇନ୍ସପେକ୍ଟର କେ ବାଲାରାଜୁ କହିଛନ୍ତି। ପରେ ପରେ ତାଙ୍କୁ ଆରଜିଆଇ ବିମାନ ବନ୍ଦର ଥାନାକୁ ହସ୍ତାନ୍ତର କରାଯିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରଯାଇଛି ବୋଲି ବାଲାରାଜୁ କହିଛନ୍ତି। ଗତବର୍ଷ ମଧ୍ୟ ଏକ ଘଟଣାରେ ବିନାୟକନ ପୁଲିସକୁ ଗାଳି ଗୁଲଜ କରିଥିବାରୁ ଗିରଫ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ