Sunday, April 19, 2026
30.4 C
Odisha

    ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଯୁକ୍ତଦୁଇ ଛାତ୍ର ନିଖୋଜ ଥିବା ଜଣାପଡିଛି । ଛାତ୍ରଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଛାତ୍ରଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର । ଉଭୟ ହଷ୍ଟେଲରେ ରହି ପାଠପଢୁଥିବା ଜଣାପଡିଛି । ସୂଚନା ଥାଉକି ଗଣେଜ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁବର୍ଣ୍ଣରେଖା କେନାଲରେ ୨ଜଣ ଓଏଭି ଛାତ୍ର ବୁଡିବାର ୪ଦିନ ପରେ ପୁଣି ଏଭଳି ଘଟଣା ଚିନ୍ତାଜନକ ସାଜିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.4 ° C
    30.4 °
    30.4 °
    46 %
    2.5kmh
    38 %
    Sun
    31 °
    Mon
    43 °
    Tue
    43 °
    Wed
    43 °
    Thu
    44 °

    ସମ୍ବନ୍ଧିତ